Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖୁସି ଖବର: ୨୪ ଘଣ୍ଟାରେ କେରଳରେ ପହଞ୍ଚିବ ମୌସୁମୀ

Ritu Das
Browse all articles by Ritu Das
·2 years ago·1 min read
ଖୁସି ଖବର: ୨୪ ଘଣ୍ଟାରେ କେରଳରେ ପହଞ୍ଚିବ ମୌସୁମୀ

ଅର୍ଗସ ବ୍ୟୁରୋ: ଭାରତ ପାଇଁ ଆଶ୍ବସ୍ତିକର ଖବର। ଆସନ୍ତା ୨୪ ଘଣ୍ଟାରେ ମୌସୁମୀ କେରଳରେ ପହଞ୍ଚିବ। ଫଳରେ ଦେଶରେ ଜାରି ରହିଥିବା ଅସହ୍ୟ ତାତି ଲହରରୁ ମୁକ୍ତି ମିଳିବ। ଦିଲ୍ଲୀ-ଏନସିଆର ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ତାପମାତ୍ରା ୪୮ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଉତ୍ତାପକୁ ଦୃଷ୍ଟିରେ ରଖି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନା ମଧ୍ୟାହ୍ନ ୧୨ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀରେ ପହଞ୍ଚି ରେକର୍ଡ କରିଛି। ତେବେ ଏଥିରୁ ଲୋକଙ୍କୁ ଆଶ୍ବସ୍ତି ମିଳିବାକୁ ଯାଉଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— India Meteorological Department (@Indiametdept) May 29, 2024

ଦେଶବାସୀ ଉତ୍ସାହର ସହିତ ମୌସୁମୀକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ବର୍ଷା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ସୂଚନା ଦେଇଛି ଯେ ମେ’ ୩୦ରେ ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ବର୍ଷା ହୋଇପାରେ। ଅନ୍ୟପଟେ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 
 

Sponsored