Videos
|
National

ପୁଣି ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ୍ ମ୍ୟାପ୍: କାର୍ ସହ ଖାଲକୁ ଖସି ପଡ଼ିଲେ ମହିଳା

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁଣି ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ୍ ମ୍ୟାପ୍: କାର୍ ସହ ଖାଲକୁ ଖସି ପଡ଼ିଲେ ମହିଳା

Key Points

କାର୍ ସହ ଖାଲକୁ ଖସି ପଡ଼ିଲେ ମହିଳା
ନଭି ମୁମ୍ବାଇ ଅଞ୍ଚଳର ଜଣେ ମହିଳାଙ୍କ ସହ ଘଟିଲା ଦୁର୍ଘଟଣା
ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ବେଲାପୁରରୁ ଉଲୱେ ଯାଉଥିଲେ
ଗୁଗୁଲ୍ ମ୍ୟାପ୍ ତାଙ୍କୁ ବ୍ରିଜ୍ ତଳ ଏକ ରାସ୍ତା ଦେଇ ନେଭିଗେଟ୍ କରିଥିଲା

ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ୍ ମ୍ୟାପ୍ । ଫଳରେ ଏକ ଖାଲକୁ ଖସି ପଡ଼ିଲେ ମହିଳାଙ୍କ ସହ ତାଙ୍କ କାର୍ । ନଭି ମୁମ୍ବାଇରେ ଘଟିଛି ଏ ଘଟଣା । ମହିଳା ଜଣଙ୍କ କାର୍ ଡ୍ରାଇଭିଂ କରି ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ବେଲାପୁରରୁ ଉଲୱେ ଯାଉଥିଲେ । ମହିଳାଙ୍କୁ ବେଲାପୁରର ବେ ବ୍ରିଜ୍ ଯିବାର ଥିଲା । କିନ୍ତୁ ଗୁଗୁଲ୍ ମ୍ୟାପ୍ ତାଙ୍କୁ ବ୍ରିଜ୍ ତଳ ଏକ ରାସ୍ତା ଦେଇ ନେଭିଗେଟ୍ କରିଥିଲା । ଯାହା ଧ୍ରୁବତାରା ଜେଟି ଆଡ଼କୁ ତାଙ୍କୁ ନେଇ ଯାଇଥିଲା । ସେ ରାସ୍ତା ଜାଣି ନ ପାରି ଏକ ପାଣି ଭର୍ତ୍ତି ଖାଲ ଭିତରେ ତାଙ୍କ ଗାଡ଼ି ଭର୍ତ୍ତି କରିଦେଇ ଦେଇଥିଲେ । ନିକଟରେ ଥିବା ସାମୁଦ୍ରିକ ସୁରକ୍ଷା ବାହିନୀର ଅଧିକାରୀମାନେ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ କାର୍‌ଟିକୁ ମଧ୍ୟ ଉଦ୍ଧାର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
google-maps-shows-wrong-route-again-woman-falls-into-ditch-with-car | Argus News