ଗୁଗୁଲ ମ୍ୟାପ ଓ ଓଲା ମ୍ୟାପ କେଉଁଟା ଭଲ ଜାଣନ୍ତୁ...

ଅର୍ଗସ ବ୍ୟୁରୋ: ଜାଣିଛନ୍ତି କି ଗୁଗୁଲ ମ୍ୟାପ ଓ ଓଲା ମ୍ୟାପ ଭିତରେ ପାର୍ଥକ୍ୟ କଣ ? ଉଭୟ ଗୁଗୁଲ ମ୍ୟାପ ଓ ଓଲା ମ୍ୟାପ ଡିଜିଟାଲ ମେପିଂ ଓ ନେଭିଗେଶନ ସେବା ଅଟେ । କମ୍ପାନୀ ଡିଟିଟାଲ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ନିଜସ୍ୱ ମ୍ୟାପ୍ସ ଆରମ୍ଭ କରିଥିବା ଜଣାପଡିଛି । ନିକଟରେ ଓଲା ଇଲେକଟ୍ରିକ ଗୁଗୁଲ ମ୍ୟାପ୍ସଠୁ ନିଜର ସମସ୍ତ ସମ୍ପର୍କକୁ ଛିନ୍ନ କରିଛି ।
ଓଲା ମ୍ୟାପ୍ସରେ ଭାରତର ସ୍ଥାନୀୟ ସୂଚନା ଅଧିକ ପ୍ରଦାନ କରାଯାଇଛି । ଏହା ଭାରତୀୟ ସୁବିଧାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଓଲା ମ୍ୟାପ୍ସ ମୁଖ୍ୟରୂପରେ ଭାରତ ଉପରେ କେନ୍ଦ୍ରିତ ଥାଏ । ଓଲା ମ୍ୟାପରେ ଭାରତର ଛୋଟରୁ ଛୋଟ ସ୍ଥାନ ମଧ୍ୟ ଦେଖିବାକୁ ମିଳେ । ତେବେ ଓଲା ମ୍ୟାପ୍ସର ୟୁଜର୍ସ କମ ରହିବେ ବୋଲି ଆକଳନ କରାଯାଉଛି, ଯେହେତୁ ଏହା ଭାରତ ଉପରେ କେନ୍ଦ୍ରିତ ।
ଗୁଗୁଲ ମ୍ୟାପ୍ସରେ ମଧ୍ୟ ଅନେକ ଫିଚର୍ସ ରହିଛି, ମାତ୍ର ଏଥିରେ କିଛି ସ୍ଥାନୀୟ ସୁବିଧାର କମି ଏବେ ବି ରହିଯାଇଛି । ମାତ୍ର ଗୁଗୁଲ ମ୍ୟାପ ସାରା ବିଶ୍ୱ ଉପରେ କେନ୍ଦ୍ରୀଭୂତ । ଭାରତର ମୁଖ୍ୟ ସ୍ଥାନଗୁଡିକ ଗୁଗୁଲ ମ୍ୟାପରେ ଜଣେ ଦେଖିବାକୁ ପାଇବ । କିନ୍ତୁ, ସେହିଭଳି ଓଲା ମ୍ୟାପ ଭାରତୀୟ ରାଇଡିଂ- ହେଲିଙ୍ଗ କମ୍ପାନୀ ଓଲା ଇଲେକ୍ଟ୍ରିକ ଦ୍ୱାରା ନିର୍ମିତ ହୋଇଥିବାବେଳେ ଗୁଗୁଲ ମ୍ୟାପ ବିଶ୍ୱର ଏକ ବଡ କମ୍ପାନୀ ଗୁଗୁଲ ନିର୍ମାଣ କରିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: