Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - google pay ୟୁଜର୍ସଙ୍କୁ ଝଟକା, ଦେବାକୁ ପଡିବ ଟଙ୍କା...

National

google pay ୟୁଜର୍ସଙ୍କୁ ଝଟକା, ଦେବାକୁ ପଡିବ ଟଙ୍କା...

Banajyotshna Ray
Browse all articles by Banajyotshna Ray
·1 year ago·1 min read
google pay ୟୁଜର୍ସଙ୍କୁ ଝଟକା, ଦେବାକୁ ପଡିବ ଟଙ୍କା...

ଅନଲାଇନ ପେମେଣ୍ଟ। ଆଜିକାଲି google pay ହେଉ ଅବା Phone pay ସବୁ ସ୍ଥାନରେ ଉପଲବ୍ଧ । କିଛି ବି ସାମଗ୍ରୀ କିଣିବାକୁ ହେଲେବି ସହଜ ହେଉଛି ଅନଲାଇନ ପେମେଣ୍ଟ କରିବା। ସେଥିପାଇଁ ସମସ୍ତଙ୍କୁ ଅନଲାଇନ୍‌ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି Google Pay ୟୁଜର୍ସଙ୍କୁ ବଡ ଝଟକା ଲାଗିଛି । 

UPI ଠାରୁ ଆରମ୍ଭ କରି ବିଲ୍ ପେମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ସେବା ପ୍ରଦାନ କରୁଥିବା ଆପ୍ ଏବେ ଗ୍ରାହକଙ୍କ ଉପରେ ବୋଝ ବଢ଼ାଇବା ଆରମ୍ଭ କରିଛି। ସମସ୍ତେ ବିଲ୍ ପେମେଣ୍ଟ ପାଇଁ କନଭିନିୟସ୍‌ ଫି ନେବା ଆରମ୍ଭ କରିଦେଲେଣି। ଏହି ଦୌଡ଼ରେ ଗୁଗୁଲ ପେ ମଧ୍ୟ ପଛରେ ନାହିଁ। କାରଣ ଏବେ Google ମଧ୍ୟ ୟୁଜର୍ସଙ୍କ ଠାରୁ କନଭିନିୟସ୍‌ ଚାର୍ଜ ନେବା ଆରମ୍ଭ କରିଦେଇଛି। ଏଖବର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।

ୟୁପିଆଇ ଟ୍ରାଞ୍ଜାକ୍ସନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା, ଅନେକ ଥର ୟୁପିଆଇ ଉପରେ ଚାର୍ଜ ଲାଗୁ କରିବାକୁ ଦାବି କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସରକାର ଏହାକୁ ମାଗଣା ରଖିଛନ୍ତି। Google Pay ମାଧ୍ୟମରେ UPI ଟ୍ରାଞ୍ଜାକ୍ସନ ଉପରେ ଚାର୍ଜ ବିଷୟରେ ବର୍ତ୍ତମାନ କୌଣସି ସୂଚନା ନାହିଁ। ଯଦି ଆପଣ ବିଲ୍ ପେମେଣ୍ଟ ପାଇଁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରନ୍ତି। ତେବେ ଆପଣଙ୍କ ଉପରେ ୦.୫% ରୁ ୧% ପର୍ଯ୍ୟନ୍ତ ଚାର୍ଜ ଲାଗିବ। ଏହି ଚାର୍ଜ ବ୍ୟତୀତ ଆପଣଙ୍କୁ GST ମଧ୍ୟ ଦେବାକୁ ପଡିବ।

ଆପଣଙ୍କୁ ମନେ ପକାଇ ଦେଉଛୁ ଯେ ଏପର୍ଯ୍ୟନ୍ତ Google Pay ବିଲ୍ ପେମେଣ୍ଟ ପାଇଁ ୟୁଜର୍ସଙ୍କଠାରୁ କୌଣସି ଅତିରିକ୍ତ ଚାର୍ଜ ନେଇନାହିଁ। ବର୍ତ୍ତମାନ ଗୁଗୁଲ ପେ କନଭିନିୟସ୍‌ ଚାର୍ଜ ସମ୍ପର୍କରେ କୌଣସି ସରକାରୀ ସୂଚନା ଦେଇନାହିଁ। ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଗୋଟିଏ ବର୍ଷ ଧରି, ଗୁଗୁଲ୍ ପେ ଏହାର ୟୁଜର୍ସଙ୍କ ଠାରୁ ମୋବାଇଲ୍ ଚାର୍ଜ ଉପରେ ୩ ଟଙ୍କା କନଭିନିୟସ୍‌ ଫି ଆଦାୟ କରୁଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
google pay users in for a shock news | Argus News