Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର ସ୍ୱାଧୀନତା ଦିବସରେ ସାମିଲ ହେଲା ଗୁଗଲ

Ritu Das
Browse all articles by Ritu Das
·1 year ago·1 min read
ଭାରତର ସ୍ୱାଧୀନତା ଦିବସରେ ସାମିଲ ହେଲା ଗୁଗଲ

ଅର୍ଗସ ବ୍ୟୁରୋ: ଭାରତ ତାହାର ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ସ୍ୱାଧୀନତା ଦିବସରେ ସାମିଲ ହୋଇଛି ଗୁଗଲ । ନିଜର ଡୁଡୁଲ ଥିମ ମାଧ୍ୟମରେ ଗୁଗଲ ଏହାକୁ ପାଳନ କରୁଛି। ତେବେ ଗୁଗଲ ପ୍ରତିବର୍ଷ ଡୁଡୁଲ ମାଧ୍ୟମରେ ଭାରତର ସ୍ୱାଧୀନତା ଦିବସକୁ ପାଳନ କରିଥାଏ ।

ଚଳିତବର୍ଷ ମଧ୍ୟ ଗୁଗଲର ଡୁଡଲ ବୀରେନ୍ଦ୍ର ଜାୱେରୀ ତିଓ୍ବାରି କରିଛନ୍ତି । କହିରଖୁ, ବୀରେନ୍ଦ୍ର ହେଉଛନ୍ତି ଫ୍ରିଲାନ୍ସ ଆର୍ଟ ଡାଇରେକ୍ଟର, ଇଲଷ୍ଟ୍ରେଟର ତଥା ଏମିମେଟର । ୨୦୨୪ ବର୍ଷ ପାଇଁ ଗୁଗଲର ଥିମ ଆର୍କିଟେକ୍‌ଚର ରଖାଯାଇଛି । ଏଥିରେ ଦେଶର ଅଲଗା ଅଲଗା ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳୁଛି । ଭିନ୍ନତାରେ ଏକତାର ମହାମନ୍ତ୍ରକୁ ଉଦଭାସିତ କରିଛି ଗୁଗଲ । ଭାରତୀୟ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବାର ସୁନ୍ଦର ପ୍ରୟାସରେ ସେ ବ୍ରତୀ ହୋଇଛି ।
ଗୁଗୁଲ ଦୀର୍ଘ ଦିନରୁ ଭାରତର ସ୍ୱାଧୀନତା ଦିବସ ଅବସରରେ ଏହି କାର୍ଯ୍ୟ କରି ଆସୁଛି । ଯାହାଦ୍ୱାରା ଭାରତୀୟ ସଂସ୍କୃତି ଓ ପରମ୍ପରାର ବିକାଶ ହୋଇଥାଏ ବିକଶିତ ହେଉଥିବା ଭାରତରେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Google was | Argus News