Googleର ନିୟମରେ ହେଲା ପରିବର୍ତ୍ତନ

ଅର୍ଗସ ବ୍ୟୁରୋ: ମୋବାଇଲ ୟୁଜର୍ସ ମାନଙ୍କ ପାଇଁ ନୂଆ ମାସରେ ଏକ ବଡ଼ ପରିବର୍ତ୍ତନ ଆଣିଛି ଗୁଗଲ। ଅନଲାଇନ କାର୍ଯ୍ୟ ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗୁଗଲ ଏବଂ ଆଧାର ୟୁଜରମାନଙ୍କ ଉପରେ ଏହି ନୂଆ ନିୟମର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି । ଏହାବ୍ୟତୀତ ଟେଲିକମ୍ କମ୍ପାନୀ ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରେ । ସେହିପରି ସେପ୍ଟେମ୍ବର ୧୪ ତାରିଖରୁ ୟୁଆଇଡିଏଆଇର ମାଗଣା ସର୍ଭିସ ମଧ୍ୟ ବନ୍ଦ କରି ଦିଆଯିବ ।
ସେପ୍ଟେମ୍ବର ୧ ତାରିଖରୁ ଗୁଗଲର ନୂଆ ପ୍ଲେ ଷ୍ଟୋର ପଲିସି ଲାଗୁ କରାଯାଇଛି । ପ୍ଲେ ଷ୍ଟୋରରେ ନିମ୍ନ କ୍ୱାଲିଟିରେ ଥିବା ହଜାର ହଜାର ଆପ୍ସକୁ ବର୍ତ୍ତମାନ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ତେବେ କ୍ୱାଲିଟି କଣ୍ଟ୍ରୋଲ ତରଫରୁ ଗୁଗଲ ନୂଆ ନିୟମ ଲାଗୁ କରିଛି । ଏହାଦ୍ୱାରା ସମସ୍ତ ଆଣ୍ଡ୍ରଏଡ ୟୁଜରମାନଙ୍କୁ ଆଶ୍ୱସ୍ତି ମିଳିବ । ଏହାସହିତ ଗୁଗଲର ପ୍ରାଇଭେସି ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ହୋଇପାରିବ।
UIDAI ଏବେ ଆଧାର କାର୍ଡ ଅପଡେଟ୍ ତାରିଖକୁ ମଧ୍ୟ ସେପ୍ଟେମ୍ବର ୧୪ ତାରିଖ 2024 ପର୍ଯ୍ୟନ୍ତ ବୃଦ୍ଧି କରିଛି । ମୋବାଇଲ ୟୁଜର୍ସ ଘରେ ବସି ୧୦ ବର୍ଷ ପୁରୁଣା ଆଧାର କାର୍ଡକୁ ମଧ୍ୟ ଅପଡେଟ କରିପାରିବେ । ଏହି ମାଗରଶ ଆଧାର ଅପଡେଟର ସୁବିଧା ମୋ ଆଧାର ପୋର୍ଟାଲରୁ ଉପଲବ୍ଧ ହେବ।
ଟ୍ରାଇର ନିୟମ ଅନୁସାରେ, ସେପ୍ଟେମ୍ବର ୧ ତାରିଖରୁ ଫର୍ଜି କଲ୍ ଏବଂ ମେସେଜରୁ ଗ୍ରାହକଙ୍କୁ ମୁକ୍ତି ମିଳିପାରିବ । ସେପ୍ଟେମ୍ବର ୧ ତାରିଖରୁ ଅନ୍-ରେଜିଷ୍ଟର୍ଡ ମେସେଜ ଏବଂ କଲ୍ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଟ୍ରାଇ । ଏହାଦ୍ୱାରା ଅନଲାଇନ୍ ପେମେଣ୍ଟ, ଅନଲାଇନ୍ ସପିଙ୍ଗ ଏବଂ ଅନଲାଇନ୍ ଡେଲିଭରିରେ ମଧ୍ୟ ସାମାନ୍ୟ ସମସ୍ୟା ହୋଇପାରେ । ସେହିପରି OTP ଆସିବାରେ ମଧ୍ୟ ବିଳମ୍ବ ହୋଇପାରେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର