Videos
|
National

ବାହାରିନ୍‌ରେ ଫସିଥିଲେ, ଦୀର୍ଘ ୪୨ ବର୍ଷ ପରେ ଭାରତ ଫେରିଲେ ଗୋପାଳନ୍

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବାହାରିନ୍‌ରେ ଫସିଥିଲେ, ଦୀର୍ଘ ୪୨ ବର୍ଷ ପରେ ଭାରତ ଫେରିଲେ ଗୋପାଳନ୍

ଦୀର୍ଘ ୪୨ ବର୍ଷ ବାହାରିନ୍‌ରେ ଫସି ରହିବା ପରେ ଭାରତ ଫେରିଲେ ୭୦ ବର୍ଷୀୟ ବୃଦ୍ଧ ଗୋପାଳନ୍ ଚନ୍ଦ୍ରନ୍ । ୪ ଦଶନ୍ଧି ଧରି ସେ ସେ ଫସି ରହିବା ପରେ ଭାରତ ଫେରି ନିଜ ପରିବାରକୁ ଭେଟିଛନ୍ତି ଗୋପାଳନ୍ । ଗୋପାଳନ୍ କେରଳର ବାସିନ୍ଦା ଅଟନ୍ତି । ଭାରତ ଫେରିବା ପରେ ସେ ନିଜର ସଂଘର୍ଷର କାହାଣୀ ସମ୍ପୁର୍ଣ୍ଣ ବର୍ଣ୍ଣନା କରିଛନ୍ତି । କେରଳର ତ୍ରିଭାନ୍ଦ୍ରମ୍‌ରେ ଥିବା ଏକ ଛୋଟ ଗାଁ ପୋଦିକୋନମ୍‌ରେ ନିଜର ପରିବାର ସହ ରୁହନ୍ତି ଗୋପାଳନ୍ । ହେଲେ ନିଜ ପରିବାରକୁ ପୋଷିବା ସହ କିଛି ଅଧିକା ଟଙ୍କା ରୋଜଗାର କରିବା ଆଶାରେ ସେ ୧୬ ଅଗଷ୍ଟ ୧୯୮୩ ମସିହାରେ ପରିବାର ଛାଡି ବାହାରିନ ଯାଇଥିଲେ । ଅନ୍ୟ ପ୍ରବାସୀ ଭାରତୀୟଙ୍କ ଭଳି ଅନେକ ଆଶା ଏବଂ ବିଶ୍ଵାସ ନେଇ ସେ ବାହାରିନ୍‌ ଯାତ୍ରା କରିଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଲେଖାଥିଲା କିଛି ଅଲଗା ।


ବାହାରିନ୍‌ରେ ସେ ପହଞ୍ଚିବା ପରେ , ତାଙ୍କ ନିଯୁକ୍ତିଦାତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏବଂ ଏହି ସମୟରେ ତାଙ୍କ ପାସପୋର୍ଟ ମଧ୍ୟ ହଜିଗଲା । ସେତେବେଳେ ଚନ୍ଦ୍ରନ୍ ନିଜର ସମସ୍ତ ପରିଚୟ ପତ୍ର ହଜାଇ ବର୍ଷ ପରେ ବର୍ଷ ସେଠାରେ ପଡି ରହିଥିଲେ । ଏହାପରେ ତାଙ୍କର ଭାରତ ଫେରିବାର ଆଶା ଅନିଶ୍ଚିତ କାଳ ପର୍ଯ୍ୟନ୍ତ ମଉଳି ଯାଇଥିଲା । ଦୀର୍ଘ ୪୨ ବର୍ଷ ପରେ ପ୍ରବାସୀ ଲିଗାଲ ସେଲ୍ ନାମକ ଏକ ଏଞ୍ଜିଓ ସଂସ୍ଥା ଦ୍ଵାରା ସେଠାରୁ ଉଦ୍ଧାର ହୋଇ ଆସିଥିଲେ । ଏହି ସଂସ୍ଥା ଯାହା ଭାରତ ଏବଂ ବିଦେଶରେ ଅନ୍ୟାୟର ସମ୍ମୁଖୀନ ହେଉଥିବା ଭାରତୀୟମାନଙ୍କ ପାଇଁ ଲଢ଼ୁଥିବା ଅବସରପ୍ରାପ୍ତ ବିଚାରପତି, ଓକିଲ ଏବଂ ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଥାଏ । ଏବେ ୪୨ ବର୍ଷ ପରେ ଫେରିବା ପରେ ନିଜ ୯୫ ବର୍ଷୀୟ ବୃଦ୍ଧା ମା'ଙ୍କୁ ଭେଟିଛନ୍ତି ଗୋପାଳନ୍‌ । ପରିବାର ଲୋକେ ଗୋପାଳନ୍‌ଙ୍କୁ ପାଇ ଖୁସିରେ ଭାବବିହ୍ଵଳ ହୋଇ ପଡିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gopalan Chandran returns to India after 42 years | Argus News