Government Scheme / ବେରୋଜଗାର ଯୁବକ-ଯୁବତୀଙ୍କ ପାଇଁ ବଡ଼ ଘୋଷଣା: ବେରୋଜଗାରଙ୍କୁ ମାସକୁ ୧୫୦୦ ଟଙ୍କା

Key Points
ବେରୋଜଗାର ଯୁବକ-ଯୁବତୀଙ୍କ ପାଇଁ ବଡ଼ ଘୋଷଣା ।
ବେରୋଜଗାରଙ୍କୁ ମାସକୁ ୧୫୦୦ ଟଙ୍କା ।
ସରକାର ଦେବେ ୧୫୦୦ ଟଙ୍କା । ଏପରି ଏକ ଯୋଜନାର ଘୋଷଣା କରାଯାଇଛି । ଏହି ଯୋଜନାରେ ଏପରି ବ୍ୟକ୍ତି ସାମିଲ ହେବେ ଯେଉଁ ମାନେ ଘରେ ରୋଜଗାର ନ କରି ରହିଛନ୍ତି । ଏହି ଯୋଜନା ସେହି ମାନଙ୍କୁ ସୁହାଇବ ଯେଉଁମାନେ ବେରୋଜାଗାର ଅଛନ୍ତି । ଏହି ଯୋଜନା ଏପ୍ରିଲ ୧ରୁ ଲାଗୁ ହେବ ତାହା ପୂର୍ବରୁ ଏଥିପାଇଁ ପଞ୍ଜୀକରଣ ୧୫ ଫେବୃଆରୀ ଅର୍ଥାତ୍ କାଲିଠୁ ଆରମ୍ଭ ହେବାକୁ ଯାଉଛି । ଏହି ଯୋଜନାରେ ଯଦି ଆପଣ ଯୋଗ୍ୟ ତେବେ କାଲି ଏଥିପାଇଁ ପଞ୍ଜୀକରଣ କରିପାରିବେ ।
ଆଗକୁ ପଶ୍ଚିମବଙ୍ଗର ନିର୍ବାଚନ ହେବାକୁ ଯାଉଛି ଏଥିପାଇଁ କିଛିଦିନ ତଳେ ମମତା ବାନାର୍ଜୀ ଏକ ସ୍କିମ୍ ବାବଦରେ ଘୋଷଣା କରିଥିଲେ, ଯାହାର ନାମ ହେଉଛି Banglar Yuva Sathi । ଏହି ସ୍କିମ୍ ସେମାନଙ୍କ ପାଇଁ ଯାହାଙ୍କ ପାଖରେ ରୋଜଗାର ନାହିଁ । ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ମାସକୁ ୧୫୦୦ ଟଙ୍କା ଦେବେ । ତେବେ ଚାଲନ୍ତୁ ଜାଣିବା ଏହି ଯୋଜନା ପାଇଁ କେଉଁମାନେ ଯୋଗ୍ୟ ଏବଂ ଏଥିପାଇଁ କିପରି ଆବେଦନ କରାଯାଇ ପାରିବ ।
ଆବେଦନକାରୀ ପଶ୍ଚିମବଙ୍ଗର ନିବାସୀ ହୋଇଥିବା ନିହାତି ଜରୁରୀ । ବୟସ ୨୧ରୁ ୪୦ ବର୍ଷ ଭିତରେ ରହିବା ନିହାତି ଆବଶ୍ୟକ । ଆବେଦନକାରୀ ଅତିକମରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜରୁରୀ । ଆବେଦନକାରୀ ବର୍ତ୍ତମାନ କୌଣସି ସରକାରୀ କିମ୍ବା ବେସରକାରୀ ଚାକିରୀ ଯେପରି କରିନଥିବେ । ଯେଉଁ ଛାତ୍ର ପୂର୍ବରୁ କୌଣସି ପ୍ରକାରର ସ୍କଲାରସିପରେ ଅନ୍ତର୍ଭୁକ୍ତ ଥିବେ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ନୁହଁନ୍ତି ।
ଆବେଦନ କରିବା ସମୟରେ ଆପଣଙ୍କ ପାଖରେ ଆଧାର କାର୍ଡ,ଦଶମ ସାର୍ଟିଫିକେଟ୍, ବ୍ୟାଙ୍କପାସ୍ ବୁକ୍, ପାସପୋର୍ଟ ସାଇଜ୍ ଫଟୋ ଥିବା ନିହାତି ଜରୁରୀ ।
ଏଥିସହ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ଏବେ ୬,୦୦୦ ଟଙ୍କା ବଦଳରେ ୯,୦୦୦ ଟଙ୍କା ପାଇବେ, ଜାଣନ୍ତୁ କିପରି...
📱 Get Argus News App
✨Related Topics
Explore more stories