Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

School Guidelines / ପ୍ରଚଣ୍ଡ ଖରା: ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲ ଛୁଟି ନୁହେଁ ବାଜିବ ଘଣ୍ଟି...

Banajyotshna Ray
Browse all articles by Banajyotshna Ray
·2 months ago·2 min read
ପ୍ରଚଣ୍ଡ ଖରା: ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲ ଛୁଟି ନୁହେଁ ବାଜିବ ଘଣ୍ଟି...
School Guidelines

Key Points

ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି
ଭୀଷଣ ଗରମ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
ଜାରି ହେଲା ନୂଆ ଗାଇଡଲାଇନ୍

ରାଜ୍ୟ ତଥା ଦେଶରେ ଅସହ୍ୟ ତାତି। ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଖରା ଅନୁଭୂତ ହେଉଛି। ଯାହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ପିଲାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅନେକ ସ୍ଥାନରେ ପିଲାଙ୍କର ସକାଳୁଆ ସ୍କୁଲ ହେଲାଣି ତ ଆଉ କେଉଁଠି ଛୁଟି ଆରମ୍ଭ ହେଲାଣି। ଠିକ ସେହିପରି ନୂଆ ଗାଇଡଲାଇନରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମିଲ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ସ୍କୁଲରେ “ୱାଟର ଘଣ୍ଟି” ର ବେଲ୍ ବାଜିବ । ଦିଲ୍ଲୀରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଅନ୍ୟପଟେ ଦିଲ୍ଲୀର ତାପମାତ୍ରା ସାଧାରଣ ନାଗରିକ ଏବଂ ସ୍କୁଲ ପିଲା ଉଭୟଙ୍କୁ ହଇରାଣ କରୁଛି। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ସେଲସିୟସ ପହଞ୍ଚିବ ବୋଲି ଆଶା କରାଯାଉଛି । ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀକୁ ହ୍ରାସ ପାଇବ । ଆଗାମୀ ଦିନରେ ତାପମାତ୍ରାରେ ଯଥେଷ୍ଟ ବୃଦ୍ଧି ଘଟିବ । ଏହା ଗରମକୁ ଆହୁରି ତୀବ୍ର କରି ନାଗରିକମାନଙ୍କ ପାଇଁ ଅସୁବିଧାକୁ ଆହୁରି ବଢ଼ାଇପାରେ ବୋଲି ସମ୍ଭାବନା ରହିଛି । ସୂଚନାନୁଯାୟୀ, ଗରମର ପ୍ରକୋପ ପାଇଁ ୪୫ ରୁ ୬୦ ମିନିଟରେ ଏବେ ସ୍କୁଲ୍ ଘଣ୍ଟି ବାଜିବ ।

ଏଥିସହ ପଢ଼ନ୍ତୁ: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି, ୨୫ ତାରିଖ ଯାଏଁ ସ୍କୁଲ ଛୁଟି

କିନ୍ତୁ ଏହି ଘଣ୍ଟି ସ୍କୁଲ୍ ଛୁଟି ହେବା ପାଇଁ ନୁହେଁ ବରଂ ପାଣି ପିଇବାକୁ ମନେପକାଇବା ପାଇଁ ବାଜିବ । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରବଳ ଗରମରେ ପିଲାମାନେ ପାଠ ପଢିବାବେଳେ ଯେପରି ପାଣି ପିଇବାକୁ ନ ଭୁଲନ୍ତି ସେଥିପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି । ଝାଳ ଏବଂ ପ୍ରଚଣ୍ଡ ଖରା ପିଲା ଏବଂ ବୟସ୍କ ଲୋକଙ୍କୁ ଅସୁସ୍ଥତାରେ ପକାଉଛି । ଏହି ସବୁ ସମସ୍ୟାକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସତର୍କ ପରାମର୍ଶ ଜାରି କରାଯାଇଛି ।

ଏଥିସହ ସରକାର ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇଛନ୍ତି । ପିଲାଙ୍କ ସ୍ବାସ୍ଥ୍ୟକୁ ଠିକ୍ ରଖିବାକୁ ସରକାର ଏହି ପ୍ରୟାସ ଜାରି ରଖିଛନ୍ତି । ଦିଲ୍ଲୀରେ ଗରମକୁ ଦୃଷ୍ଟିରେ ରଖି ସରକାର ଏହି ନଷ୍ପତ୍ତି ନେଇଛନ୍ତି । ଯାହା ଦ୍ବାରା ପିଲାମାନଙ୍କୁ ହିଟ୍ ଷ୍ଟ୍ରୋକ୍ ଏବଂ ଡିହାଇଡ୍ରେସନକୁ ରୋକାଯାଇପାରିବ । ପୂର୍ବରୁ ଦିଲ୍ଲୀର ପାଣିପାଗରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ।

ଅଧିକ ପଢ଼ନ୍ତୁ ଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
School Guidelines | Delhi schools to ring hourly water bell to fight heatwave dehydration | Argus News | Argus News