Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆୟକର ରିଟର୍ଣ୍ଣ କରିବା ପାଇଁ ସମୟ ବୃଦ୍ଧି କଲେ ସରକାର

Ritu Das
Browse all articles by Ritu Das
·1 year ago·1 min read
ଆୟକର ରିଟର୍ଣ୍ଣ କରିବା ପାଇଁ ସମୟ ବୃଦ୍ଧି କଲେ ସରକାର

Key Points

ଆୟକର ରିଟର୍ଣ୍ଣ ଫାଇଲ ସମୟସୀମା ବୃଦ୍ଧି

୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି

ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ସିବିଡିଟି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଇଟିଆର (ଆୟକର ରିଟର୍ଣ୍ଣ) ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି। ଆଇଟିଆର ଫର୍ମ, ସିଷ୍ଟମ ଡେଭଲପମେଣ୍ଟ ଆବଶ୍ୟକତା ଏବଂ ଟିଡିଏସ୍ କ୍ରେଡିଟ୍ ପ୍ରତିଫଳନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଯୋଗୁଁ ତାରିଖକୁ ବୃଦ୍ଧି କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏକ୍ସ (ଯାହାକି ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ଥିଲା) ରେ ଏକ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ପୋଷ୍ଟରେ ଲେଖାଯାଇଛି। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କରଦାତାମାନେ ଧ୍ୟାନ ଦିଅନ୍ତୁ! ଆଇଟିଆର ଫାଇଲିଂର ଶେଷ ତାରିଖକୁ ୩୧ ଜୁଲାଇରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆଇଟିଆର ଫର୍ମ, ସିଷ୍ଟମ ବିକାଶ ଆବଶ୍ୟକତା ଏବଂ ଟିଡିଏସ କ୍ରେଡିଟ୍ ପ୍ରତିଫଳନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଯୋଗୁଁ ଏହି ସମ୍ପ୍ରସାରଣ ଅଧିକ ସମୟ ପ୍ରଦାନ କରିବ। ଏହା ସମସ୍ତଙ୍କ ପାଇଁ ଏକ ସୁଗମ ଏବଂ ସଠିକ୍ ଫାଇଲିଂ ଅଭିଜ୍ଞତା ସୁନିଶ୍ଚିତ କରେ। ପରେ ଆନୁଷ୍ଠାନିକ ବିଜ୍ଞପ୍ତି ଦିଆଯିବ।

Sponsored
government-extends-time-for-filing-income-tax-returns | Argus News