Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛାନିଆ ପାକିସ୍ତାନ; ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍

National

ଛାନିଆ ପାକିସ୍ତାନ; ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍

Smruti Parija
Browse all articles by Smruti Parija
·1 year ago·2 min read
ଛାନିଆ ପାକିସ୍ତାନ; ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍

ଭାରତର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ ତାକୁ ନେଇ ଛାନିଆ ପାକିସ୍ତାନ । ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି । ପାକିସ୍ତାନ ସରକାରଙ୍କ କୌଣସି ତଥ୍ୟ ଏଥିରେ ଉପଲବ୍ଧ ହେବ ନାହଁ । ଭାରତର ଏଭଳି ଡିଜିଟାଲ ଷ୍ଟ୍ରାଇକ ପରେ ଛାନିଆ ହୋଇ ପଡିଛି ପାକିସ୍ତାନ । କରାଚୀ ଉପକୂଳରେ ମିସାଇଲ ଟେଷ୍ଟ କରିବାକୁ ଘୋଷଣା କରିଛି । ଭାରତର ଗୁଇନ୍ଦା ବିଭାଗ ଏହା ଉପରେ କଡା ନଜର ରଖିଛି ।



ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଏକ ଘରିକିଆ ପାକିସ୍ତାନ । ଭାରତ ସପକ୍ଷରେ ସାରା ବିଶ୍ବର ନେତା । ପାକିସ୍ତାନର ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି ବିଶ୍ୱବାସୀ । ଆମେରିକା, ରୁଷିଆ ଓ ଇସ୍ରାଏଲ୍ ଏବେ ପାକିସ୍ତାନର ଆତଙ୍କୀ ଗତିବିଧିକୁ ନିନ୍ଦା କରିଛନ୍ତି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ତୟାର ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ପ୍ରଧାନମନ୍ତ୍ରୀ ସାଉଦିଆରବରୁ ପହଞ୍ଚିବା ପରେ ବିମାନ ବନ୍ଦରରେ ସ୍ଥିତିର ସମୀକ୍ଷା କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକରେ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ହୋଇଥିଲା । ପୂର୍ବରୁ ମଧ୍ୟ ପାକ୍ ସମର୍ଥିତ ଆତଙ୍କବାଦୀ ଭାରତକୁ ଟାର୍ଗେଟ କରିଛନ୍ତି । ଉରି ଓ ପୁଲଓ୍ବାମାରେ ଆତଙ୍କୀମାନେ ବର୍ବର କାଣ୍ଡ ଭିଆଇଥିଲେ । ଏହାପରେ ମୁହଁତୋଡ ଜବାବ ଦେଇଥିଲା ଭାରତ । ସର୍ଜିକାଲ ଷ୍ଟ୍ରାଇକ୍, ଏୟାରଷ୍ଟ୍ରାଇକରେ ଦୋହଲି ଯାଇଥିଲା ପାକିସ୍ତାନ । ଆଉ ଏବେ ପହଲଗାମ୍ ଆକ୍ରମଣରେ ପାକିସ୍ତାନ ଲିଙ୍କ୍ ର ପ୍ରମାଣ ମିଳିବା ପରେ ବଡ ହମଲା ପାଇଁ ଚାଲିଛି ଭାରତର ଯୋଜନା।

Sponsored
government-of-pakistans-account-on-x-withheld-in-india | Argus News