Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏମିତି ଏସି-ଫ୍ରିଜ୍ ତିଆରି କର ଯେମିତି ବିଲ୍ କମ୍ ଆସିବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏମିତି ଏସି-ଫ୍ରିଜ୍ ତିଆରି କର ଯେମିତି ବିଲ୍ କମ୍ ଆସିବ

ଦେଶରେ ବିଜୁଳି ବ୍ୟବହାର କମ୍ କରିବାକୁ ନେଇ ଉଦ୍ୟମ ଜାରି ରଖିଛି ଶକ୍ତି ବିଭାଗ। ବିଶେଷ କରି ଏସି ଓି ଫ୍ରିଜ୍ ତିଆରି କରୁଥିବା କମ୍ପାନୀ ଗୁଡିକ କମ୍ ବିଜୁଳି ଆବଶ୍ୟକୀୟ ଉଉପକରଣ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନସି ବା ବିଇଇ। ଗ୍ରୀଷ୍ମ ଋତୁରେ ଏସି ଓ ଫ୍ରିଜର ଅଧିକ ବ୍ୟବହାର ହେଉଥିବାରୁ ଏହି ସବୁ ଉପକରଣରେ କମ୍ ବିଦ୍ୟୁତ୍‌ ଖର୍ଚ୍ଚ ହେବା ଭଳି ଟେକନୋଲୋଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟୁତ୍ ବ୍ୟବହାର ହ୍ରାସ କରିବା ପାଇଁ ଫାଇବ୍ ଷ୍ଟାର ରେଟିଂ ଉପକରଣକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦିଆଯାଇଛି।


ସେପଟେ ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି ଅଧିକ ଗବେଷଣା ବିକାଶ ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଛି। ପ୍ରତ୍ୟେକ ଷ୍ଟାର ରେଟିଂ ପରିବର୍ତ୍ତନ ପାଇଁ ୬୦୦ କୋଟି ନିବେଶ ଆବଶ୍ୟକ ବୋଲି କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ- ଫାଇବ୍ ଷ୍ଟାର୍‌ ଇଲେକ୍ଟ୍ରୋନିକ୍ ଡିଭାଇସଗୁଡ଼ିକ କମ୍‌ ବିଦ୍ୟୁତରେ ଚାଲିବା ଭଳି ଡିଜାଇନ୍ କରାଯାଇଥାଏ। ଏହି ଉପକରଣଗୁଡ଼ିକୁ ଏନେର୍ଜି ଇଫିସିଏଣ୍ଟ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ଏହି ଉପକରଣଗୁଡ଼ିକ କମ୍ ବିଦ୍ୟୁତ ଖର୍ଚ୍ଚରେ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇ ପାରିବ। ଫାଇବ ଷ୍ଟାର ରେଟିଂ ଥିବା ଏସି କିମ୍ବା ଫ୍ରିଜ ଅନ୍ୟାନ୍ୟ ସାଧାରଣ ଉପକରଣ ତୁଳନାରେ ୨୦ ପ୍ରତିଶତରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ବିଦ୍ୟୁତ୍ ଖର୍ଚ୍ଚ କରେ। ଏହି ରେଟିଂ ବିୟୁରୋ ଅଫ୍ ଏନେର୍ଜି ଇଫିସିଏନ୍ସି (ବିଇଇ) ଦ୍ବାରା ଦିଆଯାଏ, ଯାହା ଏକ ସରକାରୀ ଏଜେନ୍ସି।

Sponsored
Government orders companies to increase AC-fridge star rating | Argus News