School Closed Due To Pollution / ପ୍ରଦୂଷଣ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବନ୍ଦ
·7 months ago·2 min read

Key Points
ବାୟୁ ପ୍ରଦୂଷଣ ଓ ଖରାପ ଏୟାର କ୍ବାଲିଟିକୁ ଦେଖି ସରକାରଙ୍କ ବଡ଼ ନିଷ୍ପତ୍ତି
ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୋମବାର ନୂଆ ନିର୍ଦ୍ଦେଶ ଜାରି କରାଯାଇଛି
ନର୍ସରୀଠାରୁ ନେଇ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବନ୍ଦ ରହିବ

ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ଓ ଖରାପ ଏୟାର କ୍ବାଲିଟିକୁ ଦେଖି ସରକାରଙ୍କ ବଡ଼ ନିଷ୍ପତ୍ତି। ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୋମବାର ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। ଏବେ ନର୍ସରୀଠାରୁ ନେଇ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ବନ୍ଦ ରହିବ। ଏବେ ସେମାନେ ଘରେ ରହି ଅନଲାଇନ୍ ପଢିବେ। ଜାରି ନିର୍ଦେଶ ଅନୁସାରେ, ଦିଲ୍ଲୀର ସବୁ ସରକାରୀ , ସହାୟତା ପ୍ରାପ୍ତ ଓ ମାନ୍ୟତା ପ୍ରାପ୍ତ ଘରୋଇ ସ୍କୁଲରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଅନଲାଇନ୍ ମୋଡରେ ପଢାଯିବ।
ଶିକ୍ଷା ବିଭାଗ ସ୍ପଷ୍ଟ ଭାବରେ କହିଛି ସବୁ ସ୍କୁଲର ପ୍ରିନ୍ସପାଲ ଏହା ନିଶ୍ଚିତ କରନ୍ତୁ ଯେ, ପିଲାଙ୍କ ପାଠପଢା ଅନଲାଇନ୍ ମାଧ୍ୟମରେ ଚାଲିଛି। ଯାହାଫଳରେ ତାଙ୍କ ପାଠପଢା ପ୍ରଭାବିତ ହେବ ନାହିଁ। ଏହା ସହ ତୁରନ୍ତି ଅବିଭାବକ ଓ ପିଲାଙ୍କ ପର୍ଯ୍ୟନ୍ତ ଏହି ନିର୍ଦେଶ ପହଁଞ୍ଚାବାକୁ ମଧ୍ୟ କହିଛନ୍ତି।
ତେବେ ସ୍ପଷ୍ଟ ନିର୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଷଷ୍ଠ ଶ୍ରେଣୀ ଓ ତା ଉପର ଶ୍ରେଣୀର ପିଲାଙ୍କୁ ପାଠପଢା ପୂର୍ବ ଗାଇଡଲାଇନ ଅନୁସାରେ ଚାଲିବ। ଏ ସମ୍ପର୍କରେ ୧୩ ଡିସେମ୍ବର ୨୦୨୫ ରେ ଜାରି ସର୍କୁଲାର ଅନୁସାରେ ନିର୍ଦେଶ ଜାରି ରହିବ। ଉଲ୍ଲେଖନୀୟ ଯେ, ପଞ୍ଚମଶ୍ରେଣୀରୁ ନେଇ ନବମ ଓ ଏକାଦଶ ଶ୍ରେଣୀର ଛାତ୍ର/ଛାତ୍ରୀଙ୍କ ହାଇବ୍ରିଡ୍ ମୋଡ୍ରେ କ୍ଲାସ ଚାଲିବ।
ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି। ରାଜଧାନୀରେ AQI 400 ଅତିକ୍ରମ କରିଛି, ଯାହା ପରେ CAQM ଦିଲ୍ଲୀ NCRରେ GRAP 4 ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
GRAP 4 ଅଧୀନରେ, ଦିଲ୍ଲୀ NCRରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଏହା ସହିତ, ପଥର କ୍ରସରଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ବ୍ୟତୀତ, ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦରେ BS 3 ପେଟ୍ରୋଲ ଏବଂ BS 4 ଡିଜେଲ ଯାନଗୁଡ଼ିକୁ ନିଷେଧ କରାଯିବ। ଏହା ସହିତ, 5 ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ହାଇବ୍ରିଡ୍ ମୋଡ୍ ରେ କାର୍ଯ୍ୟ କରିବ, ଅର୍ଥାତ୍ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ମୋଡ୍ ରେ ପାଠ୍ୟକ୍ରମ ପରିଚାଳନା କରାଯିବ।
୧୮ଟି ସ୍ଥାନରେ ୪୦୦ପାର୍ କଲା ବାୟୁ ଗୁଣବତ୍ତା
ନିରନ୍ତର ୯ ଦିନ AQI ଅଧିକ ରହିବା ପରେ, ମଙ୍ଗଳବାର ରାଜଧାନୀକୁ ଆଶ୍ୱସ୍ତି ମିଳିଥିଲା। କାରଣ AQI ୨୮୨କୁ ହ୍ରାସ ପାଇଥିଲା। ବୁଧବାର ପରିସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ସହ AQI ୨୫୯ରେକର୍ଡ କରାଯାଇଥିଲା। କିନ୍ତୁ ଗୁରୁବାର ଏହା ବଢ଼ିବାକୁ ଲାଗିଥିଲା। ଏବେ ଏହା ବଢ଼ି ୩୮୭ରେ ପହଞ୍ଚିଛି। କୁହାଯାଉଛି ଯେ, ଦିଲ୍ଲୀର ୧୮ଟି ସ୍ଥାନରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାବ ହେବା ସହ ୪୦୦ ପାର୍ କରିଯାଇଛି। ବଜିରପୁରରେ AQI ୪୪୩ ଥିବା ବେଳେ ଜାହାଙ୍ଗୀରପୁରୀରେ ୪୩୯, ବିବେକ ବିହାରରେ ୪୩୭, ରୋହିଣୀ ଏବଂ ଆନନ୍ଦ ବିହାରରେ ୪୩୪, ଅଶୋକ ବିହାରରେ ୪୩୧, ସୋନିଆ ବିହାରରେ ୪୨୭, ନରେଲାରେ ୪୨୫, ବାୱାନାରେ ୪୨୪, ନେହେରୁ ନଗରରେ ୪୨୧, ପ୍ରତାପଗଞ୍ଜରେ ୪୧୯, ଆଇଟିଓରେ ୪୧୭, ପଞ୍ଜାବୀ ବାଗରେ ୪୧୬, ମୁଣ୍ଡକାରେ ୪୧୫, ବୁରାରୀରେ ୪୧୩, ଚାନ୍ଦନୀ ଚକଖରେ ୪୧୨ ଏବଂ ଡିୟୁ ଉତ୍ତର କ୍ୟାମ୍ପସ୍ରେ ୪୦୧।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories