|
logo
Live
Argus News App
GET APP

Argus News - ଆସିଲା ଖୁସି ଖବର; ଘର ତୋଳିବା ପାଇଁ ଲକ୍ଷେ ଟଙ୍କା ଦେବେ ସରକାର

National

PM Awas / ଆସିଲା ଖୁସି ଖବର; ଘର ତୋଳିବା ପାଇଁ ଲକ୍ଷେ ଟଙ୍କା ଦେବେ ସରକାର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆସିଲା ଖୁସି ଖବର; ଘର ତୋଳିବା ପାଇଁ ଲକ୍ଷେ ଟଙ୍କା ଦେବେ ସରକାର
Government Announces ₹1 Lakh Housing Assistance

Key Points

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧିନରେ ସରକାର ଲୋକଙ୍କୁ ଆର୍ଥିକ ସହାୟତା ଦେବେ । ରବିବାର ଜାନୁଆରୀ ୧୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ଯୋଜନାର ପ୍ରଥମ କିସ୍ତି ।
ନୂଆଦିଲ୍ଲୀ: ଲୋକଙ୍କ ପାଇ ଖୁସି ଖବର । ଲକ୍ଷେ ଟଙ୍କା ଦେବେ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧିନରେ ସରକାର ଲୋକଙ୍କୁ ଆର୍ଥିକ ସହାୟତା ଦେବେ । ରବିବାର ଜାନୁଆରୀ ୧୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ଯୋଜନାର ପ୍ରଥମ କିସ୍ତି ।

ଉତ୍ତରପ୍ରଦେଶର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧିନରେ ହିତାଧିକାରୀଙ୍କୁ ଆକାଉଣ୍ଟକୁ ରବିବାର ଟଙ୍କା ଆସିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌର ଗୋମତି ନଗରରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଲେଖାଏଁ ପଠାଇବେ ।

ଏଥିସହ ପଢ଼ନ୍ତୁ: ଗୁଡ଼ି ଉଜାଡ଼ି ଦେଲା ପରିବାର; ୭୦ ଫୁଟ୍ ବ୍ରିଜ୍‌ ତଳକୁ ଖସି ଆଖି ବୁଜିଲା ବାପାମାଆ ସହ ଝିଅ

ଡିବିଟି ଜରିଆରେ ହିତାଧିକାରୀଙ୍କ ଖାତାକୁ ଲକ୍ଷେ ଟଙ୍କା ପଠାଇବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧିନରେ ୨ ଲକ୍ଷ ହିତାଧିକାରୀ ପ୍ରଥମ କିସ୍ତି ପାଇବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀ ଆବାସ ଏବଂ ସହରୀକରଣ ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ରହିବେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସହର ଓ ଗ୍ରାମାଞ୍ଚଳରେ ଘର ନିର୍ମାଣ ଲାଗି ଆର୍ଥିକ ଅନୁଦାନ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜାନା-ଗ୍ରାମୀଣରେ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ମିଳୁଛି । ସେହିଭଳି ସହରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ସରକାର ଭିନ୍ନ ଭିନ୍ନ ଶ୍ରେଣୀରେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି ।

କେବଳ ଏତିକି ନୁହେଁ ୨ ଲକ୍ଷ ୬୭ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧରେ ସରକାର ସବସିଡି ମଧ୍ୟ ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧିନରେ ଆବେଦନ କରିଥିବା ହିତାଧିକାରୀଙ୍କୁ ଜାନୁଆରୀ ୧୮ରେ ଟଙ୍କା ଆସିବ ।

ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

ଆର୍ଥିକ ଦୁର୍ବଳ ଶ୍ରେଣୀ (EWS)ରେ ଆସୁଥିବା ହିତାଧିକାରୀଙ୍କୁ ନିଜ ଜମିରେ ଘର କରିବା ଲାଗି ସରକାର ଟଙ୍କା ଦେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ଅଧିନରେ ଆବେଦନ କରିବାକୁ ପଡ଼ିବ । ଏହି ଯୋଜନାରେ କେନ୍ଦ୍ର ସରକାର ଦେଢ଼ ଲକ୍ଷ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଦେଉଛନ୍ତି ।

ପ୍ରଥମ ଓ ଦ୍ଵିତୀୟ କିସ୍ତିରେ ୪୦ ପ୍ରତିଶତ ଲେଖାଏଁ ଅର୍ଥ ମିଳୁଛି । ଘର ନିର୍ମାଣର ଅଗ୍ରଗତି ଅନୁସାରେ ୨୦ ପ୍ରତିଶତ ମିଳେ । ଏହି ଯୋଜନାରେ ୩୦ରୁ ୪୫ ବର୍ଗ ମିଟର ଘର ନିର୍ମାଣ କରି ହେବ । ଯେଉଁ ନିର୍ମାଣକୁ ୧୨ରୁ ୧୮ ମାସ ଅବଧିରେ ସାରିବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
PM Awas: ଆସିଲା ଖୁସି ଖବର; ଘର ତୋଳିବା ପାଇଁ ଲକ୍ଷେ ଟଙ୍କା ଦେବେ ସରକାର | Argus News