Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

Ritu Das
Browse all articles by Ritu Das
·1 year ago
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟବୀମାରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ସରକାରଙ୍କ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ସମ୍ପୂର୍ଣ୍ଣ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି । ଜିଏସ୍‌ଟି ପରିଷଦକୁ ସୁପାରିଶ କରାଯାଇଥିବା ନିଷ୍ପତ୍ତି ଅନୁସାରେ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ଏବଂ ବରିଷ୍ଠ ନାଗରିମାନଙ୍କ ସ୍ୱାସ୍ଥ୍ୟବୀମା ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରାଯାଇଛି ।

ହେଲେ, ୫ ଲକ୍ଷରୁ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ପୂର୍ବଭଳି ଲାଗୁ ରହିବ । ଏହାବ୍ୟତୀତ ୨୦ ଲିଟର ପାଣିବୋତଲ, ସାଇକେଲ ଏବଂ ନୋଟ୍‌ବୁକ୍‌ ଉପରେ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ କରିବା ପାଇଁ ମନ୍ତ୍ରୀସ୍ତରୀୟ କମିଟି ପ୍ରସ୍ତାବ ଦେଇଛି । ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ଜିଏସ୍‌ଟି ସମ୍ପର୍କିତ ମନ୍ତ୍ରୀ ପରିଷଦର ବୈଠକ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government's decession | Argus News