Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମମତା ବାନାର୍ଜୀଙ୍କ ଅଡ଼ୁଆ କମୁନି

Manini Pattanayak
Browse all articles by Manini Pattanayak
·1 year ago·1 min read
ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମମତା ବାନାର୍ଜୀଙ୍କ ଅଡ଼ୁଆ କମୁନି

 ନୂଆଦିଲ୍ଲୀ:  ଆରଜି କର ହସ୍ପିଟାଲର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମମତା ବାନାର୍ଜୀଙ୍କ ଅଡ଼ୁଆ କମୁନି। ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ମମତାଙ୍କ ସହ ସଭା ମଞ୍ଚରେ ଏକାଠି ବସିବେନି ବୋଲି କହିଛନ୍ତି। ସେପଟେ ଅଭୟା କ୍ଲିନିକ ସହ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତରୀ ଛାତ୍ର। ଅନ୍ୟପଟେ ବିଜେପି କହିଛି ନିଜକୁ ନୃସଂସ ବୋଲି ପ୍ରମାଣିତ କରିସାରିଲେଣି ମୁଖ୍ୟମନ୍ତ୍ରୀ।
କୋଲକତାସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ କମୁନି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିମନ୍ତେ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ ମମତା ବାନାର୍ଜୀ ।

ଏହାପରେ ବି ଥମୁନି ବିବାଦ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାମାଜିକ ବହିଷ୍କାର କରିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ। ରାଜ୍ୟପାଳ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଉ କୌଣସି ସଭା ମଞ୍ଚରେ ଏକାଠି ବସିବେନି।  ଏହି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ନାଁ ଧରୁନି। ସ୍ୱାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର।  ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ମାନେ ଚେତାବନୀ ଦେଇଛନ୍ତି । ଏଥିସହ ସ୍ବାସ୍ଥ୍ୟ ଭବନ ଆଗରେ ଡାକ୍ତରମାନେ ଆରମ୍ଭ କରିଛନ୍ତି ଅଭୟା କ୍ଲିନିକ।

  ସେପଟେ ବିଜେପି ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛି। ବିଜେପି ମୁଖପାତ୍ର ଶେହଜାଦ ପୁଲେୱାଲା କହିଛନ୍ତି, ମମତା ନିଜେ ଏହା ପ୍ରମାଣିତ କରିଛନ୍ତି କେତେ  ନୃସଂସ..। ମମତା ସରକାର ନାରୀ ସୁରକ୍ଷା ଛାଡ଼ି ପ୍ରମାଣ ନଷ୍ଟ କରିବା, ସତ୍ୟ ଲୁଚାଇବା, ଦୁଷ୍କର୍ମକାରୀଙ୍କୁ ବଞ୍ଚାଇବାରେ ଲାଗିଛି..। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Governor Ananda Bose slams Mamata on Kolkata rape-murder case | Argus News