Videos
|
National

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ

Key Points

ସଂସଦ ମୌସୁମୀ ଅଧିବେଶନକୁ ନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ 

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ

ଅଧିବେଶନ ପୂର୍ବରୁ ସଂସଦ ପରିସରରେ ମକ ଡ୍ରିଲ ଆୟୋଜିତ

ସଂସଦ ମୌସୁମୀ ଅଧିବେଶନକୁ ନେଇ ଆସନ୍ତାକାଲି ସର୍ବଦଳୀୟ ବୈଠକ । ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ସଂସଦ ପରିସରରେ ମକ ଡ୍ରିଲ ଆୟୋଜିତ ହୋଇଛି । ସର୍ବଦଳୀୟ ବୈଠକ ପୂର୍ବରୁ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ହୋଇଥିବା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସମେତ ଅନ୍ୟ ମନ୍ତ୍ରୀ ସାମିଲ ହୋଇଥିଲେ । ବିରୋଧୀ ଦଳ ପକ୍ଷରୁ ମଧ୍ୟ ସଂସଦ ଅଧିବେଶନକୁ ନେଇ ରଣନୀତି ପ୍ରସ୍ତୁତି ଜାରି ରହିଛି । ଆସନ୍ତାକାଲି ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହାୟତା ଲୋଡ଼ିବେ ସରକାର । ଆଗାମୀ ଅଧିବେଶନରେ ସରକାର ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବା ସମ୍ଭାବନା ରହିଛି ।   


ମଣିପୁର ବିଧେୟକ, GST ଶଂଶୋଧନ ବିଧେୟକ, ଜନ ବିଶ୍ବାସ ବିଧେୟକ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବିଧେୟକ, ଟ୍ୟାକ୍ସେସନ ଲ ସଂଶୋଧନ ବିଧେୟକ, ମାଇନ୍ସ ଆଣ୍ଡ ମିନେରାଲ୍ସ ବିଧେୟକ, IIM ସଂଶୋଧନ ବିଧେୟକ, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଧେୟକ, ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ବିଧେୟକ ପରି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହିତ ଆୟକର ବିଧେୟକ-2025, ଭାରତୀୟ ବନ୍ଦରଗାହ ବିଧେୟକ-2025, ମର୍ଚ୍ଚାଣ୍ଟ ସିପିଂ ବିଧେୟକ-2024, ଗୋଆ ଜନଜାତୀୟ ପ୍ରତିନିଧିତ୍ବ ପୁନର୍ଗଠନ ବିଧେୟକ -2024 ବିଲକୁ ଲୋକସଭାରେ ଉପସ୍ଥାପନ କରିପାରନ୍ତି ସରକାର । ସଂସଦ ମୌସୁମୀ ଅଧିବେଶନକୁ ନେଇ ଗତକାଲି ବିଜେପି ପକ୍ଷରୁ ବୈଠକ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
govt-calls-all-party-meet-ahead-of-monsoon-session-starting-july-21 | Argus News