କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ନୂଆ ଉପହାର ଦେଲେ ସରକାର...

Key Points
ଦଶହରା କି ଦିପାବଳୀ ନୁହେଁ ଏଥର ରାକ୍ଷୀ ଉପହାର
କର୍ମଚାରୀଙ୍କୁ ମିଳିବ ୩୦ ଦିନର ଏକ୍ସଟ୍ରା ଛୁଟି
ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁଠି ପ୍ରଶଂସା
କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୃହରେ ଦେଇଛନ୍ତି ଏହି ସ୍ୱତନ୍ତ୍ର ପ୍ରସ୍ତାବ । ଯାହାକୁ ସମସ୍ତେ କରିଛନ୍ତି ସ୍ୱାଗତ । କେନ୍ଦ୍ର ସରକାରୀ କର୍ମଚାରୀମାନେ ନିଜ ପିତା ମାତାଙ୍କ ପାଇଁ ବର୍ଷକୁ ଏକ୍ସଟ୍ରା ୩୦ ଦିନ ଛୁଟି ନେଇପାରିବେ । ଏହି ସମୟରେ ସେମାନେ ନିଜ ପିତା ମାତାଙ୍କ ସେବା କରିବେ ଓ ଯତ୍ନ ନେବେ । ଖାଲି ସେତିକି ନୁହେଁ ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନେଇପାରିବେ ।
କେନ୍ଦ୍ରୀୟ ସିଭିଲ୍ ସେବା ନିୟମ, ୧୯୭୨ ଅନୁଯାୟୀ କର୍ମଚାରୀମାନଙ୍କୁ ବର୍ଷକୁ ବିଭିନ୍ନ ପ୍ରକାରର ଛୁଟି ମିଳିଥାଏ । ଏଥିରେ ୩୦ ଦିନର ଛୁଟି, ୨୦ ଦିନର ଅର୍ଦ୍ଧବେତନ ଛୁଟି, ୮ ଦିନର ଆକସ୍ମିକ ଛୁଟି ଏବଂ ୨ ଦିନର ପ୍ରତିବନ୍ଧିତ ଛୁଟି ସାମିଲ ରହିଛି । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ସମସ୍ତ ପ୍ରକାରର ଛୁଟି ବୃଦ୍ଧ ପିତାମାତାଙ୍କ ଯତ୍ନ ସମେତ ବ୍ୟକ୍ତିଗତ କାରଣ ପାଇଁ ବ୍ୟବହାର କରାଯାଇପାରିବ।
ତେବେ ପୂର୍ବରୁ ପିତା-ମାତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ହେଲେ କର୍ମଚାରୀମାନେ ଅନ୍ୟ ଆଳ ଦେଖାଇ ଛୁଟି ନେଉଥିଲେ । କିନ୍ତୁ ଏବେ ଆଉ ସେମିତି କରିବାକୁ ପଡ଼ିବ ନାହିଁ । ପିତା-ମାତାଙ୍କ ସେବା କରିବାକୁ ସେମାନଙ୍କୁ ଅତିରିକ୍ତ ୩୦ ଦିନ ଛୁଟି ଦେଇଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ସରକାର ଏନେଇ କ'ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।