ସାଂସଦଙ୍କ ପେନ୍ସନ୍, ଦୈନିକ ଭତ୍ତା ମଧ୍ୟ ବୃଦ୍ଧି

ବଢିଲା ସାଂସଦଙ୍କ ଦରମା । ସାସଂଦଙ୍କ ପେନସନ ଓ ଭତ୍ତା ବି ବୃଦ୍ଧି ପାଇଲା । ୧ ଲକ୍ଷ ଟଙ୍କାରୁ ୧ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଲା ଦରମା । ସାସଂଦଙ୍କ ଦୈନିକ ଭତ୍ତା ୨୦୦୦ରୁ ୨୫୦୦କୁ ବୃଦ୍ଧି ପାଇଲା । ମାସିକ ପେନସନ ୨୫ହଜାର ରୁ ୩୧ ହଜାର ଟଙ୍କାକୁ ବୃଦ୍ଧି । ୧ ଏପ୍ରିଲ ୨୦୨୩ରୁ ପିଛିଲା ଭାବେ ହେବ ଲାଗୁ ।
ତେବେ ୭ ବର୍ଷ ପରେ ସାଂସଦମାନଙ୍କ ଦରମା ବୃଦ୍ଧି କରାଯାଇଛି। ପୂର୍ବ ତୁଳନାରେ ଏଣିକି ସାଂସଦମାନେ ଏଣିକି ମାସିକ ୨୪ ହଜାର ଟଙ୍କା ଅଧିକ ଦରମା ପାଇବେ। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲରେ ସାଂସଦମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା। ସଂସଦରେ ଏହି ଦରମାବୃଦ୍ଧି ପ୍ରସ୍ତାବକୁ ଶାସକ ଓ ବିରୋଧୀ ସମସ୍ତେ ସମର୍ଥନ କରିଛନ୍ତି । କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ହାରକୁ ଧ୍ୟାନରେ ରଖି ଏହି ବୃଦ୍ଧି କରିଛନ୍ତି।
ସାଂସଦମାନଙ୍କୁ ମାସିକ ଦରମା ବ୍ୟତୀତ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ ୭୦ ହଜାର ଟଙ୍କା ଓ ଅଫିସ ଭତ୍ତା ୬୦ ହଜାର ଟଙ୍କା ମିଳିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ଦରମା ଉପରେ କୌଣସି ଟିକସ ନାହିଁ। ସେମାନଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ । ଏଥିରେ ପତ୍ନୀ କିମ୍ବା ସାଥୀଙ୍କ ପାଇଁ ୩୪ଟି ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ୍ ଯାତ୍ରା ଏବଂ ସଂସଦ ଅଧିବେଶନ ସମୟରେ ଘରୁ ଦିଲ୍ଲୀକୁ ବାର୍ଷିକ ୮ଟି ବିମାନ ଯାତ୍ରା ଅନ୍ତର୍ଭୁକ୍ତ।