Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ସରକାର

Ritu Das
Browse all articles by Ritu Das
·1 year ago·2 min read
ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ସରକାର

ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ସରକାରଙ୍କ ବଡ଼ ପ୍ରସ୍ତୁତି । ଜିରୋ କାଜୁଆଲିଟି ଉପରେ ସରକାରଙ୍କ ଫୋକସ୍ । ରାଜସ୍ୱ ମନ୍ତ୍ରୀ କହିଛନ୍ତି ବାତ୍ୟା ମୁକାବିଲା ଲାଗି ରାଜ୍ୟରେ 250 ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । ଅତିରିକ୍ତ ଭାବେ 500 ରୁ ଉର୍ଦ୍ଧ୍ୱ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହେଉଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ। 

ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରଖାଯାଇଛି। ଓଡ୍ରାଫ ଟିମ ସବୁ ସମ୍ବେଦନ ଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି । ଏନଡିଆରଏଫ ଟିମ ମଧ୍ୟ ବାହାରି ସାରିଲେଣି। ଅଧିକ ଏନଡିଆରଏଫ ପାଇଁ ଆମେ କେନ୍ଦ୍ରକୁ କହିଛୁ। ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି। 25 ତାରିଖ ସବୁଠୁ ଗୁରୁତ୍ୱପୂର୍ଣ୍ଣ।  ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି। ବାତ୍ୟା ଆଶ୍ରୟ ସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ। ଗାଁରେ ଚୋରି ରୋକିବା ପାଇଁ ବି ପୋଲିସ ମୁତୟନ ହେବେ। ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ଆବଶ୍ୟକ ପଡିଲେ ବାତିଲ କରାଯିବ । 

ତିନି ଦିନ ପାଇଁ ସ୍କୁଲ କଲେଜ ବିଶ୍ୱ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି  ଆସନ୍ତା ୨୩ ତାରିଖରୁ ୨୫ ତାରିଖ ଯାଏଁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକ ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଛୁଟି  ରହିବ।  ସେହିପରି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,ଯାଜପୁର, ଅନୁଗୁଳ, ଖୋର୍ଦ୍ଧା  ନୟାଗଡ଼ ଓ କଟକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିବ।

ସେପଟେ ବଜାରରେ ଲାଗିଥିବା ଭିଡ଼ ଓ ଦରବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କହିଛନ୍ତି ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ। ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି। ଡାଏରିଆ ଓ ସ୍ନେକ ବାଇଟ ଔଷଧ ସବୁ ଡାକ୍ତରଖାନାରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପାଖରୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲରେ ପାୱାର ବେକ ଅଫ 24 ଘଣ୍ଟା ରହିବା ପାଇଁ କୁହାଯାଇଛି । ବାତ୍ୟା ପ୍ରଭାବିତ  ଅଞ୍ଚଳରେ ଛୋଟ ଟିମ କରି ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ। ବାତ୍ୟା ଆଶ୍ରୟସ୍ଥଳକୁ ବି ସ୍ୱାସ୍ଥ୍ୟ ବିଭାଗର ଟିମ ଯିବ। ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ କରାଯାଇ ମନିଟର କରାଯାଉଛି । ଗତକାଲି ଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । 

ବାତ୍ୟା ପାଇଁ ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ବାତ୍ୟା ମୁକାବିଲା ଲାଗି ୧୦ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ୧୭ ଓଡ୍ରାଫ ଟିମ। ଏହା ସହ ୩ ଓଡ୍ରାଫ ଟିମ ରିଜର୍ଭ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Govt prepared | Argus News