Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଲାଂଦେଶକୁ ପିଆଜ ରପ୍ତାନୀ କରିବ ଭାରତ

National

ବାଲାଂଦେଶକୁ ପିଆଜ ରପ୍ତାନୀ କରିବ ଭାରତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାଲାଂଦେଶକୁ ପିଆଜ ରପ୍ତାନୀ କରିବ ଭାରତ

ଅର୍ଗସ ବ୍ୟୁରୋ: ବାଲାଂଦେଶକୁ ପିଆଜ ରପ୍ତାନୀ କରିବ ଭାରତ। ଭାରତ ସରକାର ପଡୋଶୀ ଦେଶକୁ ଶହ ଶହ ଟନ ପିଆଜ ରପ୍ତାନୀ କରିବେ ବୋଲି ସୂଚନା ରହିଛି।ଯେଉଁଥିପାଇଁ ବ୍ୟବସ୍ଥା କରାଯାଉଛି । ପିଆଜ କ୍ରୟ ସରକାରଙ୍କ ପକ୍ଷରୁ ଜାତୀୟ ସମବାୟ ରପ୍ତାନୀ ଲିମିଟେଡ ଦ୍ୱାରା କରାଯିବ । ପଡୋଶୀ ଦେଶ ବାଲାଂଦେଶକୁ ମହଙ୍ଗା ପିଆଜରୁ ଆଶ୍ୱସ୍ତି ମିଳିବାକୁ ଯାଉଛି । ପିଆଜ ଯୋଗାଣକୁ ଉତ୍ତମ କରିବା ଲାଗି ବାଲାଂଦେଶକୁ ଭାରତରୁ ସାହାଯ୍ୟ ମିଳିବାକୁ ଯାଉଛି । ଭାରତ ସରକାର ବାଲାଂଦେଶ ପିଆଜ ଯୋଗାଇବା ଲାଗି ଟ୍ରେଡର୍ସ ଠାରୁ କିଣିବାକୁ ଯାଉଛି । ସେଥିପାଇଁ ଟ୍ରେଡର୍ସରୁ ୧,୬୫୦ ଟନ ପିଆଜର କିଣାକିଣି କରାଯାଉଛି । ଏହାର ମୂଲ୍ୟ କିଲୋ ପ୍ରତି ୨୯ ଟଙ୍କା ରହିଛି ।

ପିଆଜ କ୍ରୟ ସରକାରଙ୍କ ପକ୍ଷରୁ ଜାତୀୟ ସମବାୟ ରପ୍ତାନୀ ଲିମିଟେଡ ଦ୍ୱାରା କରାଯିବ । କୃଷକମାନଙ୍କ ଠାରୁ ପିଆଜ କ୍ରୟ କରାଯାଇ ଷ୍ଟକ୍ କରାଯାଏ। ଯେତେବେଳେ ମୂଲ୍ୟ ବୃଦ୍ଧି ଆରମ୍ଭ ହୁଏ, ସରକାର ସଂରକ୍ଷିତ ଭଣ୍ଡାରରୁ ବଜାରକୁ ପିଆଜ ସାମଗ୍ରୀ ଯୋଗାନ୍ତି। ଗତ ବର୍ଷ ମଧ୍ୟ ସରକାର ୫ ଲକ୍ଷ ଟନ୍ ପିଆଜର ଏକ ବଫର୍ ଷ୍ଟକ୍ ପ୍ରସ୍ତୁତ କରିଥିଲେ। ଗତ ବର୍ଷ ସୃଷ୍ଟି ହୋଇଥିବା ବଫର୍ ଷ୍ଟକରେ ଏପର୍ଯ୍ୟନ୍ତ ୧ ଲକ୍ଷ ଟନ୍ ପିଆଜ ବାକି ଅଛି। ଏହି କ୍ରୟ ହେଉଛି ପିଆଜର ବଫର୍ ଷ୍ଟକକୁ ମଜବୁତ କରିବା। ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ପ୍ରତିବର୍ଷ ବଫର ଷ୍ଟକ୍ ପ୍ରସ୍ତୁତ କରନ୍ତି। ଏଥିପାଇଁ କୃଷକମାନଙ୍କ ଠାରୁ ପିଆଜ କ୍ରୟ କରାଯାଇ ଷ୍ଟକ୍ କରାଯାଏ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt to buy 1,650 tonnes of onions from traders for Bangladesh | Argus News