Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 4 ଦିନିଆ ଛଟ୍ ପୂଜାର ଆଜି ତୃତୀୟ ଦିନ 

Smruti Parija
Browse all articles by Smruti Parija
·1 year ago·1 min read
 4 ଦିନିଆ ଛଟ୍ ପୂଜାର ଆଜି ତୃତୀୟ ଦିନ 

ଅର୍ଗସ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ଛଟ୍ ପୂଜାର ଧୁମ୍ । ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ଝାଡ଼ଖଣ୍ଡରେ ମହାପର୍ବ ଭାବେ ପାଳିତ ହେଉଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ପାଳିତ ହେଉଛି ଛଟ୍ ପୂଜା । 4 ଦିନିଆ ଛଟ୍ ପୂଜାର ଆଜି ତୃତୀୟ ଦିନ । ପରମ୍ପରା ଅନୁସାରେ ତୃତୀୟ ଦିବସରେ ନିଷ୍ଠାର ସହ ବ୍ରତ ପାଳନ କରନ୍ତି ଭକ୍ତ । ବିହାରରେ ଧୁମଧାମରେ ପାଳିତ ହେଉଛି ଛଟ ପୂଜା । ରାଜ୍ୟରେ 6ରୁ 9ତାରିଖ ଯାଏ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । 


ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଛଟ ପୂଜା ପାଇଁ ମଧ୍ୟ ଆଜି ସ୍କୁଲ, କଲେଜ ବନ୍ଦ ରହିଛି । ଆମ ରାଜ୍ୟରେ କଟକ, ଝାରସୁଗୁଡ଼ା ସହ ଅନ୍ୟ ସ୍ଥାନରେ ମଧ୍ୟ ଛଟ୍ ପୂଜା ପାଳନ ହେଉଛି । ଘରେ ଘରେ ପିଠାପଣା ହେବା ସହ ପୂଜା ସାମଗ୍ରୀ ଓ ଫଳ କିଣିବାକୁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି।  ବ୍ରତଧାରୀ  ଛଠୀ ମୈୟା ଓ ସୂର୍ଯ୍ୟ ଦେବଙ୍କୁ ଉପାସନା କରୁଛନ୍ତି । ପରମ୍ପରା ଅନୁସାରେ ଛଟ୍ ପୂଜାର ପ୍ରଥମ ଦିନରେ ନହାୟ ଖାୟ, ଦ୍ବିତୀୟ ଦିନ ଖରନା ପରେ ଗୁରୁତ୍ବପୂର୍ଣ୍ଣ ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ । ଶେଷ ଦିନ ପ୍ରଭାତରୁ ସୂର୍ଯ୍ୟ ପୂଜା କରି ପର୍ବର ସମାପନ କରିଥାନ୍ତି ବ୍ରତଧାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
grand-celebration-of-chhat-puja-across-india-today-is-observed-as-third-day-of-chhat-puja | Argus News