Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମମତାଙ୍କ ଗଡ଼ରେ ମହାବିକ୍ଷୋଭ

Sangram Tripathy
Browse all articles by Sangram Tripathy
·1 year ago·2 min read
ମମତାଙ୍କ ଗଡ଼ରେ ମହାବିକ୍ଷୋଭ


ଅର୍ଗସ ବ୍ୟୁରୋ:ଗଡୁଛି ଦିନ ଖୋଲୁଛି ସତ ଗୁମର। କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନେକ ତଥ୍ୟ ଲାଗିଛି ସିବିଆଇ ହାତରେ,ମୁଖ୍ୟଅଭିଯୁକ୍ତ ସଞ୍ଜଯ ରୟ ଏବଂ ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି  । କୁଆଡେ ଏମାନଙ୍କ ସହ ଟିଏମସିର ରହିଛି ଭିତିରି ସମ୍ପର୍କ,ଯାହା କୁଆଡେ ଦିଦିଙ୍କ ଚିନ୍ତା ବଢାଇଛି। ଅନ୍ୟପଟେ ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବା ଲାଗି ରାଜରାସ୍ତାକୁ ଓହ୍ଲାଇଛନ୍ତି ୩୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ। ମମତାଙ୍କ ଗଡ଼ରେ କରିଛନ୍ତି ମହା ବିକ୍ଷୋଭ। ଟିଏମସି ସରକାର ବିରୋଧରେ  ବଡ଼ ଆନ୍ଦୋଳନର ଡାକରା ଦେଇଛି ଛାତ୍ର ସଙ୍ଗଠନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ନବାନ୍ନ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ,ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ ନବାନ୍ନ କଣ?। ନବାନ୍ନ ହେଉଛି ରାଜ୍ୟ ସଚିବାଳୟ, ଯେଉଁଠାରୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟ କରନ୍ତି। ନବାନ୍ନରେ ହିଁ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ  ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅଫିସ ରହିଛି। ଏଥର କୌଣସି ରାଜନୀତିକ ଦଳ ନୁହେଁ ବରଂ ବିନା ରାଜନୈତିକ ବ୍ୟାନର ଅର୍ଥାତ ଛାତ୍ର ସଙ୍ଗଠନ ନ୍ୟାୟ ଲାଗି ବିକ୍ଷୋଭର ଡାକରା ଦେଇଛି।

ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ଯାଏ ବିରୋଧ ପ୍ରଦର୍ଶନ କରିଛନ୍ତି। ଯାହା ଟିଏମସି ସରକାର ବିରୋଧରେ ଛାତ୍ର ସଙ୍ଗଠନର ସବୁଠୁ ବଡ଼ ଆନ୍ଦୋଳନର ଡାକରା ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଛି। ଆବଶ୍ୟକ ସ୍ଥଳେ ଯଦି ଏହି ଘଟଣାରେ ଟିଏମସିର ସଂମ୍ପୃକ୍ତି ଥାଏ ତେବେ ଦିଦିଙ୍କୁ ଗାଦି ଗଡିବା ପକ୍କା। ଏହି ବିକ୍ଷୋଭକୁ ଦୃଷ୍ଟିରେ ରଖି କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ସୂଚନା ମିଳିଛି।  ୬୦୦୦ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ ହେବା ସହ୧୯ଟି ସ୍ଥାନରେ ବ୍ୟାରିକେଡିଂ କରାଯାଇଛି। ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି।

ପୂର୍ବରୁ ଏହି ଘଟଣାରେ ଡାକ୍ତରମାନେ ରାଜରାସ୍ତାକୁ ଆସିଥିଲେ,ସୁପ୍ରିମ୍‌କୋର୍ଟ ଅନୁରୋଧ କ୍ରମେ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି।କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବେ ମିଳିବ ନ୍ୟାୟ,କେବେ ଅସଲ ସତ ଆସିବ ସାମ୍ନାକୁ,କେବଳ ସଞ୍ଜୟ ନା ଆଉ କିଏ ମୁଖ୍ୟ ଖଳନାୟକ କେବେ ବନ୍ଧା ହେବେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Great protest in Mamata's stronghold | Argus News