Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାତୀୟ ପାରା ଆଥଲେଟିକ ଚାମ୍ପିଆନସିପ ୨୦୨୪ରେ ଓଡ଼ିଶାକୁ ବଡ଼ ସଫଳତା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜାତୀୟ ପାରା ଆଥଲେଟିକ ଚାମ୍ପିଆନସିପ ୨୦୨୪ରେ ଓଡ଼ିଶାକୁ ବଡ଼ ସଫଳତା

ଅର୍ଗସ ବ୍ୟୁରୋ:  22ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଆନସିପ ୨୦୨୪ରେ ଓଡ଼ିଶାକୁ ବଡ଼ ସଫଳତା । ଗୋଟିଏ ଦିନରେ ଓଡ଼ିଶା ଖାତାକୁ ଆସିଲା ୩ ପଦକ । ଗୋଟିଏ ସ୍ୱର୍ଣ୍ଣ ସହ ଦୁଇଟି ରୌପ୍ୟ ପଦକ ହତେଇଲେ ଓଡ଼ିଆ ପାରା ଅଥଲେଟ୍ସ । T-47 ବର୍ଗର ୧୦୦ ମିଟର ମହିଳା ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା । ସେହିପରି ୧୦୦ ମିଟର T-53 ଓ T-54 କମ୍ବାଇଣ୍ଡ ବର୍ଗରେ କୁନିଲତା ବାରିକଙ୍କୁ ମିଳିଛି ରୌପ୍ୟ ପଦକ । ଜାଭେଲିନ ଥ୍ରୋରେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି କମଳାକାନ୍ତ ନାୟକ ।

F-53 ବର୍ଗରେ ୧୬.୫୭ ମିଟର ଜାଭେଲିନ ଫିଙ୍ଗି ପଦକ ଜିତିଛନ୍ତି କମଳାକାନ୍ତ । ଚଳିତ ଥର ଗୋଆର ବାମ୍ୱୋଲିନରେ ଅନୁଷ୍ଠିତ ହେଉଛି ଜାତୀୟ ପାରା ଆଥଲେଟିକ ଚାମ୍ପିଆନସିପ । ଏହି ପ୍ରତିଯୋଗିତାରେ ରାଜ୍ୟରୁ ୩୦ ଜଣ କ୍ରୀଡ଼ାବିତ ଭିନ୍ନ ଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିବା ବେଳେ ୩ଟି ପଦକ ନିଜ ନାମରେ କରିଛନ୍ତି ୩ ଓଡ଼ିଆ ପାରା ଅଥଲେଟ୍ସ । ଜାନୁଆରୀ ୧୦ରୁ ଆରମ୍ଭ ହୋଇଥିବା ପ୍ରତିଯୋଗୀତା ୧୩ରେ ଶେଷ ହେବ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Great success for Odisha in National Para Athletics Championships 2024 | Argus News