Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭୦ ଘଣ୍ଟାର ବଡ଼ ଅପରେସନରେ ବଡ଼ ସଫଳତା, ୧୬ ମାଓବାଦୀ ନିପାତ

National

୭୦ ଘଣ୍ଟାର ବଡ଼ ଅପରେସନରେ ବଡ଼ ସଫଳତା, ୧୬ ମାଓବାଦୀ ନିପାତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୭୦ ଘଣ୍ଟାର ବଡ଼ ଅପରେସନରେ ବଡ଼ ସଫଳତା, ୧୬ ମାଓବାଦୀ ନିପାତ

70 ଘଣ୍ଟାର ବଡ଼ ଅପରେସନରେ ବଡ଼ ସଫଳତା
16 ମାଓବାଦୀ ନିପାତ, ମୃତଦେହ ଉଦ୍ଧାର
ଘଞ୍ଚ ଜଙ୍ଗଲରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା
ସୁଡଙ୍ଗ ଭିତରୁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ହେଉଥିଲା ଷଡଯନ୍ତ୍ର
ମାଓ ଅପରେସନର ସଫଳତା ବଖାଣୁଛି ଓଡିଆ ଯବାନଙ୍କ ବିରତ୍ବ
ଯବାନଙ୍କ ମନବଳ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ


ଅର୍ଗସ ବ୍ୟୁରୋ : 70 ଘଣ୍ଟାର ବଡ଼ ଅପରେସନ୍ ପରେ 16 ମାଓବାଦୀ ନିପାତ । ଅପରେସନରେ କୁଖ୍ୟାତ ମାଓବାଦୀ ଚଲାପତି, ଗୁଡୁ, ମନୋଜ ଏବଂ ପ୍ରମୋଦଙ୍କ ନିପାତ । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ଭାଲୁଡିଗୀ ଜଙ୍ଗଲରୁ ଆଉ ଦୁଇ ମାଓବାଦୀଙ୍କ ମୃତଦେହ ଆଣିଲେ ଯବାନ । ମୃତକଙ୍କ ମଧ୍ୟରେ ଅଛନ୍ତି ପୁରୁଷ ମାଓବାଦୀ ପ୍ରମୋଦ ଓରଫ ପାଣ୍ଡୁ ଓରଫ ପ୍ରେମ ଦାଦା ଓରଫ ଚନ୍ଦ୍ରହାସ । ତା ମୁଣ୍ଡରେ ଥିଲା 25 ଲକ୍ଷର ଇନାମ l ସୀମାନ୍ତ ଗରିଆବନ୍ଧ ଜିଲ୍ଲା କୁଲ୍ହାଡ଼ି ଘାଟ ଜଙ୍ଗଲରେ ରବିବାରରୁ ଆରମ୍ଭ ହୋଇଥିବା 70 ଘଣ୍ଟାର ବଡ଼ ଅପରେସନ । ମଙ୍ଗଳବାର ସନ୍ଧ୍ୟାରେ 14 ଜଣ ମାଓବାଦୀଙ୍କ ମୃତଦେହ ଆଣିଥିଲେ ଯବାନ । ଗତ ରାତିରେ ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୋଟ 16 ଜଣ ମାଓବାଦୀଙ୍କ ମୃତଦେହ ଗରିଆବନ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରଖାଯାଇଛି l ଏହି ବଡ଼ ଅପରେସନରେ ସାମିଲ ଥିଲେ ଛତିଶଗଡ଼ ଡିଆରଜି, ଓଡ଼ିଶା ଏସଓଜି ଏବଂ ସିଆରପିଏଫ ଯବାନର ମୋଟ 10 ଟିମ l

ଏ ଦୃଶ୍ୟ ହେଉଛି ଛତିଶଗଡ ସୁକମା ଜିଲ୍ଲା ମେତାଗୁଡେମ୍ ଓ ଡୁଲେଇ ଗାଁ ଜଙ୍ଗଲର । ଘଞ୍ଚ ଜଙ୍ଗଲରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା । ସୁଡଙ୍ଗ ଭିତରୁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ରଚାଯାଉଥିଲା ବଡ଼ ଷଡଯନ୍ତ୍ର । ଛତିଶଗଡ ସୁକମା ଜିଲ୍ଲା ମେତାଗୁଡେମ୍ ଓ ଡୁଲେଇ ଗାଁ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଜବତ ସାମଗ୍ରୀ ମଧ୍ୟରେ ରହିଛି 21ଟି IED, ଏକାଧିକ ବ୍ୟାରେଲ ଗ୍ରେନେଡ୍ ଲଂଚର, ଗୋଟିଏ ଜେନେରେଟର ସେଟ୍, ଲେଦ୍ ମେସିନ୍ ସହ ବିପୁଳ ପରିମାଣର ବିସ୍ଫୋରକ। ବନ୍ଧୁକ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଜବତ ହୋଇଥିବା ପ୍ରତ୍ୟେକ IEDର ଓଜନ ୨୫୦ ଗ୍ରାମ୍ । ୨୦୩ କୋବ୍ରା ବାଟାଲିୟନ ଓ ସିଆରପିଏଫ୍ ୧୩୧ ବାଟାଲିୟନ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ କହିଛନ୍ତି, ଆଗାମୀ ଦିନରେ ଅପରେସନ ଜୋରଦାର ହେବ । ଓଡିଶାର ଯେଉଁ ଅଞ୍ଚଳରେ ମାଓ ଗତିବିଧି ରହିଛି ସେହି ଅଞ୍ଚଳରେ ଅପରେସନ କରି ଲାଲବାହିନୀକୁ ମୂଳପୋଛ କରାଯିବ ।

ମାଓ ଅପରେସନର ସଫଳତା ବଖାଣୁଛି ଓଡିଆ ଯବାନଙ୍କ ବିରତ୍ବ । ଯବାନଙ୍କ ମନବଳ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ । ନକ୍ସଲ ବିରୋଧୀ ଲଢ଼େଇର ସଫଳତା ଭିତରେ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଯବାନଙ୍କୁ ମିଳୁଥିବା ସ୍ବତନ୍ତ୍ର ଭତ୍ତା 8ରୁ25 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମାଓବାଦୀ କହୁଛନ୍ତି ଆମେ ସାଧାରଣ ଲୋକଙ୍କ କଥା କହୁଛୁ । ବିକାଶର କଥା କହୁଥିବା ମାଓବାଦୀ ସାଧାରଣ ଲୋକଙ୍କ ବିକାଶରେ ବାଧକ ସାଜିଛନ୍ତି । ପୂର୍ବରୁ ଯେଉଁମାନେ ସମର୍ଥନ କରୁଥିଲେ, ସୁରକ୍ଷା ଦେଉଥିଲେ ଏବେ ସେମାନେ ମୁହଁ ମୋଡୁଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି, ଶେଷ ନିଃଶ୍ବାସ ନେଉଛି ମାଓବାଦ । 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ସମୂଳେ ବିନାଶ ହେବ ନକ୍ସଲ । ଓଡ଼ିଶା ସୀମାନ୍ତରେ ଗତ କିଛି ଦିନର ଅଭିଯାନ ଏହାର ସଙ୍କେତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Great success in 70 hours operation, 16 militants killed | Argus News