Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁକୁର ରଖିବାକୁ ଚାହୁଁଛନ୍ତି କି? ସାବଧାନ ହୁଅନ୍ତୁ ..

Manini Pattanayak
Browse all articles by Manini Pattanayak
·2 years ago·2 min read
କୁକୁର ରଖିବାକୁ ଚାହୁଁଛନ୍ତି କି?  ସାବଧାନ ହୁଅନ୍ତୁ ..

 ନୂଆଦିଲ୍ଲୀ: କୁକୁର ରଖିଛନ୍ତି କି? ରଖିବାକୁ ଚାହୁଁଛନ୍ତି କି?  ସାବଧାନ ହୁଅନ୍ତୁ... କାରଣ କୁକୁର ରଖିବାକୁ ହେଲେ ଅନେକ ନିୟମ ମାନିବାକୁ ପଡିବ ।  ଯେମିତିକି ସେ କଣ ଖାଉଛି, କେମିତି ରହୁଛି? ବ୍ୟବହାର କେମିତି କରୁଛି, ଭ୍ୟାକ୍ସିନ ଦିଆଯାଇଛି କି ନାହିଁ?  ଇତ୍ୟାଦି।  ଏପରି ଏକ ସୂଚନା ଦେଇଛନ୍ତି  ନୋଏଡାର ଏଚଏସଏ ପଶୁ ଔଷଧାଳୟ ର ଫାଉଣ୍ଡର  ଡାକ୍ତର ସଞ୍ଜୟ  ମହାପାତ୍ର।  କାରଣ ଅନେକ ସମୟରେ କୁକୁର କାମୁଡ଼ାରେ ଲୋକଙ୍କ ଜୀବନ ଯାଉଛି।  ତେଣୁ କୁକୁର ରଖିଲେ ନିୟମ ମାନିବାକୁ ପଡିବ ବୋଲି କୁହାଯାଇଛି। ତେଣୁ କୁକୁର ରଖିବାକୁ ଇଚ୍ଛା ଥିଲେ ସ୍ଥାନୀୟ ପ୍ରଶାସନ ନିୟମ ମାନନ୍ତୁ ନହଲେ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। 

୧- ଯଦି ଆପଣ କୌଣସି କୁକୁରକୁ  ଘରେ ରଖିବା ଉଦ୍ଦେଶ୍ୟରେ ଆଣୁଛନ୍ତି ତେବେ ସେହି କୁକୁର ସହ ନିଜର ଛୋଟ ପିଲା ପରି ବ୍ୟବହାର କରନ୍ତୁ। ଯେମିତି ନିଜ ଛୋଟ ଛୁଆର ଯତ୍ନ ନିଅନ୍ତି ସେମିତି ସେହି କୁକୁରର ମଧ୍ୟ  ଯତ୍ନ ନିଅନ୍ତୁ।  ତା ସହ ପଶୁ ପରି ବ୍ୟବହାର  ନକରି  ନିଜଘରର ସଦସ୍ୟଙ୍କ ପରି ବ୍ୟବହାର କରନ୍ତୁ । ଦେଖିବେ ସେ ବି ଠିକ୍‌  ଆପଣଙ୍କର ଘରର ଏକ ସଦସ୍ୟପରି ବ୍ୟବହାର କରିବ। 
୨- ପୋଷା କୁକୁର ଚେନ୍ ରେ ବନ୍ଧା ହୋଇଥାଏ। ଏହାଦ୍ୱାରା ସେ ଅଧିକ ରାଗି ଯାଇଥାଏ।   ତେଣୁ କୁକୁରକୁ ନ ବାନ୍ଧି ଖୋଲା ରଖନ୍ତୁ।  ତାକୁ ଚାରି କାନ୍ଥ ଭିତରେ ନ ରଖି ବାହାରକୁ ନେଇ ବୁଲାବୁଲି କରାନ୍ତୁ।  ଏହା କରିବା ଦ୍ୱାରା ପୋଷା କୁକୁର ଲୋକ ମାନଙ୍କୁ କାମୁଡିବାକୁ ଇଛା ପ୍ରକାଶ କରିବନି।  
୩- ସମୟ ସମୟରେ କୁକୁରକୁ ଭ୍ୟାକ୍ସିନ ନିହାତି ଦିଅନ୍ତୁ। ଏହା ଦ୍ୱାରା କୁକୁର ରାଗି ହୋଇନଥାଏ।   
୪- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି  କୁକୁରକୁ ଯେତେବେଳେ କିଣୁଛନ୍ତି ବ୍ରୋକର ଠାରୁ କିଣନ୍ତୁ ନାହିଁ।  ଦେଶୀ କୁକୁର ପାଳିବାକୁ  ସବୁବେଳେ ଚେଷ୍ଟା କରନ୍ତୁ।  କୁକୁର ସମ୍ପର୍କରେ ସମସ୍ତ ସୂଚନା ହସ୍ତଗତ କରନ୍ତୁ  । ପରେ କୁକୁରକୁ  ପାଳିବାକୁ ମନବଳାନ୍ତୁ। 

 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
greater noida dog rules in housing society if you are bringing a dog home for adoption keep these four important things | Argus News