Nikki Murder Case: ସ୍ତ୍ରୀକୁ ଜୀବନ୍ତ ଜାଳି ଦେଇଥିବା ଅଭିଯୁକ୍ତ ସ୍ଵାମୀଙ୍କୁ ଏନକାଉଣ୍ଟର, ମେଡିକାଲ୍ରୁ ଖସି ପଳାଇଥିଲା

Key Points
ଯୌତୁକର ଲୋଭ ବିପିନଙ୍କ ପରିବାରକୁ ଏତେ ଗ୍ରାସି ସାରିଥିଲା ଯେ, ସେମାନେ କିଛି ବୁଝିବା ଅବସ୍ଥାରେ ନଥିଲେ । ଦୁଇ ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ, ମାଡ଼ ମାରୁଥିଲେ ।
ନୂଆଦିଲ୍ଲୀ: ସ୍କର୍ପିଓ ନେଲେ, ଆହୁରି ୩୬ ଲକ୍ଷ ମାଗୁଥିଲେ । ଟଙ୍କା ପାଇଁ ମାଡ଼ ମାରିଲେ, ଶେଷରେ ଜୀଅନ୍ତା ଜାଳିଦେଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ୨ଟି ମେଡିକାଲ୍ ନେବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ଚାଲିଗଲା । ଗ୍ରେଟର ନୋଏଡାରେ ସ୍ତ୍ରୀକୁ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୁକ୍ତ ସ୍ଵାମୀକୁ ଏନକାଉଣ୍ଟର କରିଛି ପୋଲିସ ।
ସୂଚନା ଅନୁସାରେ, ପୋଲିସ ସହ ଗୁଳି ବିନିମୟ ବେଳେ ଅଭିଯୁକ୍ତ ବିପିନର ଗୋଡ଼ରେ ଗୁଳି ବାଜିଛି । ବିପିନ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ପିଛା କରିଥିଲା, କିନ୍ତୁ ଅଟକି ନଥିଲା ବିପିନ । ଫଳରେ ପୋଲିସ ଗୁଳି କରିଥିବା ବେଳେ ବିପିନର ଗୋଡ଼ରେ ଲାଗିଥିଲା । ଏବେ ପୋଲିସ ତାକୁ ଗିରଫ କରି ନେଇଛି ।
ପୋଲିସ ଅନୁସାରେ, ନିକ୍କିଙ୍କୁ ହତ୍ୟା ଲାଗି ବିପିନ ଯେଉଁଠାରୁ ଥିନର ବୋତଲ କିଣିଥିଲା ସେଠାକୁ ନେଇଥିଲା ପୋଲିସ । ସେହି ସମୟରେ ବିପିନ ପୋଲିସର ବନ୍ଧୁକ ଛଡ଼ାଇ ଦୌଡ଼ିଥିଲା । ଆଉ ପୋଲିସ ପଛେ ପଛେ ଗୋଡ଼ାଇ ଥିଲେ ବି ଅଟକି ନଥିଲା ବିପିନ । ଫଳରେ ପୋଲିସ ବାଧ୍ୟ ଗୁଳି କରିଥିବା ବେଳେ ବିପିନ ଗୋଡ଼ରେ ଆଘାତ ଲାଗିଛି ।
ସମ୍ପୂର୍ଣ୍ଣ ମାମଲା କ'ଣ ?
ଉତ୍ତରପ୍ରଦେଶ ଗୌତମବୁଦ୍ଧନଗର ଜିଲ୍ଲା କୋତବାଲି ଅଞ୍ଚଳର ସିରସ ଗାଁର ବିପିନଙ୍କୁ ବିବାହ କରିଥିଲ ନିକ୍କି । ନିକ୍କିଙ୍କ ବଡ଼ ଭଉଣୀ କାଞ୍ଚନ ବି ବିପିନଙ୍କ ବଡ଼ ଭାଇଙ୍କୁ ବିବାହ କରିଥିଲେ । ୨୦୧୬ ଡିସେମ୍ବରରେ ଗୋଟିଏ ଘରେ ହୋଇଥିଲା ବଡ଼ ଓ ସାନ ଭଉଣୀର ବିବାହ । ବିବାହ ବେଳେ ଯୌତୁକରେ ଘର ଲୋକ ସ୍କର୍ପିଓ ଗାଡ଼ି ଓ ଅନ୍ୟ ସାମଗ୍ରୀ ଦେଇଥିଲେ । କିନ୍ତୁ ବାହାଘର ପରେ ବଢ଼ିଥିଲା ଶ୍ଵଶୁର ଘର ଲୋକଙ୍କ ଲୋଭ । ଆଉ ୩୫ ଲକ୍ଷ ଟଙ୍କା ଦାବି କରି ଆସୁଥିଲେ ।
📱 Get Argus News App
✨
ଆଉ ଦାବି ଅନୁସାରେ, ନିକ୍କିଙ୍କ ବାପା ଆଉ ଏକ କାର ଦେଇଥିଲେ । କିନ୍ତୁ ଯୌତୁକର ଲୋଭ ବିପିନଙ୍କ ପରିବାରକୁ ଏତେ ଗ୍ରାସି ସାରିଥିଲା ଯେ, ସେମାନେ କିଛି ବୁଝିବା ଅବସ୍ଥାରେ ନଥିଲେ । ଦୁଇ ଭଉଣୀଙ୍କୁ ନିର୍ଯାତନା ଦେଉଥିଲେ, ମାଡ଼ ମାରୁଥିଲେ । ଆଉ ବୁଧବାର ସନ୍ଧ୍ୟାରେ ଶାଶୁ ଓ ସ୍ଵାମୀ ମିଶି ବଡ଼ ଭଉଣୀକୁ ମାଡ଼ ମାରିବା ସହ ସାନ ଭଉଣୀ ନିକ୍କି ଉପରେ ଜ୍ଵଳନଶୀଳ ପଦାର୍ଥ ଢାଳିବା ସହ ମାଡ଼ ମାରିଥିଲେ । ଏତିକିରେ ମନ ଭରି ନଥିଲା, ନିକ୍କି ଚେତା ହରାଇବା ପରେ ଦେହରେ ନିଆଁ ଲଗାଇ ଦେଇଥିଲା ନୃଶଂସ ସ୍ଵାମୀ ।
ବଡ଼ ଭଉଣୀ ବିରୋଧ କରିଥିଲେ ବି କେହି ଶୁଣି ନଥିଲେ ଓଲଟା ମାଡ଼ ମାରି ଚାଲିଥିଲେ । ଆଉ ଏସବୁ ନୃଶଂସତା ପୀଡ଼ିତାଙ୍କ ୬ ବର୍ଷର ପୁଅ ଆଗରେ ଚାଲିଥିଲା । ପୁଅ ପାଟି କରିବାରୁ ତାକୁ ବି ମାଡ଼ ମାରିଥିଲେ ପରିବାର ଲୋକ । ଆଉ ନିକ୍କିଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବଡ଼ ଭଉଣୀ ନିକ୍କିଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ଦୁଇଟି ମେଡିକାଲ୍ ବୁଲିବା ପରେ ଚିକିତ୍ସାଧୀନ ଅବସ୍ଥାରେ ନିକ୍କି ଆଖି ବୁଜିଥିବା ବେଳେ ପୋଲିସ ବିପିନକୁ ଗିରଫ କରିଛି । ପରିବାରର ଅନ୍ୟ ସଦସ୍ୟ ଏବେ ଫେରାର୍ ଅଛନ୍ତି ।