Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi / ଦିଲ୍ଲୀରେ ଗ୍ରୀନ୍ ବାଣକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ

Rashmita Mishra
Browse all articles by Rashmita Mishra
·9 months ago·2 min read
ଦିଲ୍ଲୀରେ ଗ୍ରୀନ୍ ବାଣକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ

Key Points

ଦିଲ୍ଲୀ NCRରେ ଦୀପାବଳିରେ ସବୁଜ ବାଣ ଫୁଟାଇବାକୁ ଅନୁମତି।
୧୮–୨୧ ଅକ୍ଟୋବର, ସକାଳ ୬–୭ ଏବଂ ରାତି ୮–୧୦।
ନିର୍ଦ୍ଧାରିତ ସ୍ଥାନରେ ବିକ୍ରି, QR କୋଡ୍ ସହିତ ପୋଲିସ ପ୍ରଶାସନ ଯାଞ୍ଚ।

ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ । ଦିଲ୍ଲୀରେ ଫୁଟିପାରିବ ସବୁଜ ବାଣ । ଏନସିଆରରେ ସବୁଜ ବାଣ ବ୍ୟବହାରକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପରିବେଶ ସୁରକ୍ଷା ଏବଂ ଜନସଂଖ୍ୟାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଅନୁମତି ଦେଇଛନ୍ତି କୋର୍ଟ । ନିୟମ ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ଚେତାବନୀ ଦେଇଛନ୍ତି । ନିୟମକୁ କଡ଼ାକଡ଼ି କରିବାକୁ ପୋଲିସକୁ ପାଟ୍ରୋଲିଂ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । .

ଏଥର ଦିଲ୍ଲୀରେ ସବୁଜ ଦୀପାବଳି । ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି । ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ । ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ରି, ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ । ନିୟମ ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ ।


ଏଥିସହ: ଏବେ ସିନେମା ହଲରେ ମିଳିବ ଖାଇବାର ମଜା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି । କୋର୍ଟ ବୁଧବାର ଏହି ନିଷ୍ପତ୍ତି ଜାରି କରିଛନ୍ତି। କୋର୍ଟ କେବଳ ଅକ୍ଟୋବର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଅନୁମତି ଦେଇଛନ୍ତି । ସକାଳ ୬ ଟାରୁ ୭ଟା ଏବଂ ରାତି ୮ଟା ଏବଂ ରାତି ୧୦ଟା ମଧ୍ୟରେ କେବଳ ଫୁଟାଇପାରିବେ ବାଣ । ସିଜେଆଇ ବିଆର ଗଭାଇ କହିଛନ୍ତି ଯେ ଆମକୁ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ । ପରିବେଶକୁ କ୍ଷତି ନ ପହଞ୍ଚାଇ ସଂଯମତାର ସହିତ ଅନୁମତି ପ୍ରଦାନ କରାଯିବା ଉଚିତ ।

CJI ୧୪ ଅକ୍ଟୋବର, ୨୦୨୪ ର ନିର୍ଦ୍ଦେଶକୁ ଉଦ୍ଧୃତ କରିଥିଲେ । ଯେଉଁଥିରେ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଥିଲେ । ଏହା ସମଗ୍ର ଏନସିଆରରେ ଲାଗୁ କରାଯାଇଥିଲା । ସିଜେଆଇ କହିଛନ୍ତି ଯେ କେବଳ ୧୮-୨୧ ଅକ୍ଟୋବର ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ।

ପଟ୍ରୋଲିଂ ଦଳଗୁଡ଼ିକ ସବୁଜ ବାଣ ନିର୍ମାତାଙ୍କ ଉପରେ ନିୟମିତ ଯାଞ୍ଚ କରିବେ। ସବୁଜ ବାଣ ପାଇଁ QR କୋଡ୍ ୱେବସାଇଟରେ ଅପଲୋଡ୍ କରାଯିବ। ପୂର୍ବରୁ, ୧୦ ଅକ୍ଟୋବରରେ ଏକ ଶୁଣାଣି ପରେ, ସିଜେଆଇ ସବୁଜ ବାଣ ଫୁଟାଇବା ଉପରେ ତାଙ୍କର ନିର୍ଦ୍ଦେଶ ସଂରକ୍ଷିତ ରଖିଥିଲେ। ସେ ସୂଚିତ କରିଥିଲେ ଯେ ଦୀପାବଳି ପାଇଁ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯିବ।

ଅଧିକ ପଢ଼ନ୍ତୁ ଭାରତ ଖବର...

Sponsored
Delhi | Green Signal for Green Ban in Delhi | Argus News | Argus News