|
logo
Live

Argus News - ମୁହୂର୍ତ୍ତ ଟ୍ରେଡିଂ ପାଇଁ NSEର ଏମଡି ତଥା ସିଇଓଙ୍କ ଶୁଭେଚ୍ଛା ବାର୍ତ୍ତା

National

ମୁହୂର୍ତ୍ତ ଟ୍ରେଡିଂ ପାଇଁ NSEର ଏମଡି ତଥା ସିଇଓଙ୍କ ଶୁଭେଚ୍ଛା ବାର୍ତ୍ତା

Ritu Das
Browse all articles by Ritu Das
·2 years ago·1 min read
ମୁହୂର୍ତ୍ତ ଟ୍ରେଡିଂ ପାଇଁ NSEର ଏମଡି ତଥା ସିଇଓଙ୍କ ଶୁଭେଚ୍ଛା ବାର୍ତ୍ତା

ଅର୍ଗସ ବ୍ୟୁରୋ: ଆପଣଙ୍କ କାରବାର ଆଶାନୁରୂପକ ହେଉ,ନିବେଶରୁ ଲାଭ ମିଳୁ ଏବଂ ଦୀପାବଳି ସୁଖ ଏବଂ ସମୃଦ୍ଧି ଆଣିଦେଉ ବୋଲି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଏମଡି ତଥା ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି। 

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମୁହୂର୍ତ୍ତ ଟ୍ରେଡିଂ ଆମ ବିତୀୟ ଆକାଂକ୍ଷାର ପ୍ରମାଣ। ବଜାରର ପ୍ରଭାବିତ ସ୍ଥିତିରେ ଦୀପାବଳିର ଶୁଭ ମୁହୂର୍ତ୍ତରେ ସାବଧାନତା ପୂର୍ବକ ବିକଳ୍ପ ଚୟନ ଏବଂ ରଣନୀତିକ ନିବେଶ ଯାତ୍ରା ଆରମ୍ଭ କରାଯାଇ ପାରିବ। ଏହି ଶୁଭ ସମୟରେ ଆରମ୍ଭ କରାଯାଇ ଥିବା ପ୍ରତି କାରବାର ନିବେଶକଙ୍କମଧ୍ୟରେ ବୃଦ୍ଧି ଓ ଏକତା ଭାବନାର ପ୍ରତୀକ ହୋଇଥାଏ। ନିବେଶକ କେବଳ ପଞ୍ଜିକୃତ ମଧ୍ୟସ୍ତ ସଂସ୍ଥା ସହ ଯୋଡି ହୋଇ କାରବାର କରନ୍ତୁ ଏବଂ ଯଥା ସମ୍ଭବ ବେଆଇନ ଉତ୍ପାଦ ଠାରୁ ଦୂରେଇ ରହିବାକୁ ଏନଏସଇ ପରାମର୍ଶ ଦେଇଛି। ଦୀର୍ଘ ମିଆଦୀ ଭିତ୍ତିରେ ସମ୍ପତି ସୃଷ୍ଟି ଲାଗି ଶେୟାର ବଜାରର  ଉପଯୋଗ କରାଯିବା ଆବଶ୍ୟକ। 

ନିବେଶକ ଯଦି ଶେୟାର ବଜାରରୁ ସେଭଳି କିଛି ବଡ ଧରଣର କ୍ଷତି ସହନ୍ତି ତେବେ ପୁଣି ଥରେ ସେୟାର ବଜାରରେ ଭାଗ ନେବାକୁ ଇଛୁକ ହୁଅନ୍ତି ନାହିଁ। ଡେରିଭେଟିଭରେ କ୍ଷତିଗ୍ରସ୍ତ ବହୁତ ଅଧିକ। ଏହି ଦୃଷ୍ଟିରୁ ଖୁଚୁରା ନିବେଶକ ଡେରିବେଟିଭରେ ଟ୍ରେଡ଼ କରିବା ଠାରୁ ଦୂରେଇ ରୁହନ୍ତୁ। ଦୀର୍ଘ କାଳୀନ ନିବେଶକ ହୁଅନ୍ତୁ। ଭାରତର ବିକାଶ ଯାତ୍ରାରେ ଭାଗ ନେବା ଲାଗି ଏହା ସବୁ ଠାରୁ ଭଲ ଉପାୟ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମୁହୂର୍ତ୍ତ ଟ୍ରେଡିଂ ଲାଗି ଶୁଭ କାମନା। ଯେଉଁଠାରେ ପ୍ରତି କାରବାର ମଜଭୁତ, ସମୃଦ୍ଧ ଭବିଷ୍ୟ ନିର୍ମାଣ ଦିଗରେ ଆମର ସାମୁହିକ ସଂକଳ୍ପର ପ୍ରତୀକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର
 

Sponsored
ମୁହୂର୍ତ୍ତ ଟ୍ରେଡିଂ ପାଇଁ NSEର ଏମଡି ତଥା ସିଇଓଙ୍କ ଶୁଭେଚ୍ଛା ବାର୍ତ୍ତା | Argus News