Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଆରପିଏଫ୍‌ ବଙ୍କର ଉପରେ ଗ୍ରେନେଡ୍‌ ଆକ୍ରମଣ: ୧୨ ଆହତ

Ritu Das
Browse all articles by Ritu Das
·1 year ago·1 min read
ସିଆରପିଏଫ୍‌ ବଙ୍କର ଉପରେ ଗ୍ରେନେଡ୍‌ ଆକ୍ରମଣ: ୧୨ ଆହତ

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି। ରବିବାର ଶ୍ରୀନଗରରେ ଏକ ବଡ଼ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଅଲ୍‌ ଇଣ୍ଡିଆ ରେଡିଓ ଷ୍ଟେଶନ ବାହାରେ ସିଆରପିଏଫ୍‌ ବଙ୍କର ଉପରେ ଏହି ଆକ୍ରମଣ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଅତି କମ୍‌ରେ ୧୨ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ରବିବାର ବଜାରରେ ଜନଗହଳିପୂର୍ଣ୍ଣ ପର୍ଯ୍ୟଟନ ଗ୍ରହଣ କେନ୍ଦ୍ର (ଟିଆର୍‌ସି) ନିକଟରେ ଗ୍ରେନେଡ୍‌ ଫିଙ୍ଗିଥିଲେ। ଆକ୍ରମଣ ପରେ ଆତଙ୍କ ଖେଳିଗଲା ଏବଂ ଲୋକମାନେ ଦୌଡ଼ି ପଳାଇବାକୁ ଲାଗିଲେ।

ପ୍ରତି ରବିବାର ଶ୍ରୀନଗରର ଲାଲ୍‌ଚୌକରେ ଏକ ସାପ୍ତାହିକ ବଜାର ଆୟୋଜିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଏହି ଆକ୍ରମଣ ପରେ କଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ସ ଗ୍ରୁପକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ମଧ୍ୟ ଆରମ୍ଭ ହୋଇଛି। ଶନିବାର ମଧ୍ୟ ଅନନ୍ତନାଗ ଏବଂ ଶ୍ରୀନଗରର ଖାନୟାରରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ତୀବ୍ର ମୁକାବିଲା ହୋଇଥିଲା। ଯେଉଁଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ହତ୍ୟା କରାଯାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନସ୍ଥିତ ଲସ୍କର ଜଣେ ବରିଷ୍ଠ କମାଣ୍ଡର ମଧ୍ୟ ଥିଲେ, ଯିଏ ଏକ ବଡ଼ ଅପରାଧ କରିବା ପାଇଁ ଉକ୍ତ ଅଞ୍ଚଳର ଏକ ଘରେ ଲୁଚି ରହିଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Grenade attack | Argus News