Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୁଳିଚାଳନା ସହ ଗ୍ରେନେଡ୍ ମାଡ,୪ ଜଣ ଯବାନ ସହିଦ

Ritu Das
Browse all articles by Ritu Das
·2 years ago·1 min read
ଗୁଳିଚାଳନା ସହ ଗ୍ରେନେଡ୍ ମାଡ,୪ ଜଣ ଯବାନ ସହିଦ

ଅର୍ଗସ ବ୍ୟୁରୋ: ଜମ୍ମୁର କଠୁଆରେ ସେନା ଗାଡ଼ିକୁ ଆତଙ୍କୀ ଆକ୍ରମଣ । ହମଲାରେ ୪ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି ଗୁଳିବିନିମୟରେ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସେନାର ଗାଡ଼ି ଉପରକୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଯେଉଁଥିରେ ୪ ଯବାନ ଗୁରୁତର ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । 

ଗତ କିଛି ଦିନ ଧରି ଘାଟିରେ ସେନା ଓ ଆତଙ୍କୀବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହିକ୍ରମରେ ସୋମବାର କଠୁଆ ଜିଲ୍ଲାର ଭିଲୱାରା ନିକଟରେ ସେନା ଗାଡି ଉପରକୁ ଫାଇରିଂ କରିଥିଲେ ଆତଙ୍କବାଦୀ । ସେପଟେ ଗତ ଦୁଇ ଦିନ ହେବ କଶ୍ମୀରରେ ସେନା ପକ୍ଷରୁ ସର୍ଚ୍ଚ ଓ ଆତଙ୍କୀ ନିପାତ ଅଭିଯାନକୁ ଜୋରଦାର କରାଯାଇଛି। ୨ ଦିନ ଭିତରେ କୁଲଗାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Grenade hit | Argus News