Viral Video / ଦାମୀ ଗାଡ଼ି ଧରିଛନ୍ତି, ଭଲ ପୋଷାକ ପିନ୍ଧିଛନ୍ତି ! ହେଲେ ଖାଇସାରି ପାଇସା ଦେଉନାହାନ୍ତି; ଦେଖନ୍ତୁ ଭିଡିଓ...

Key Points
ଅତି ଚାଲାଖିଆ ହେଉଥିଲେ, ଶେଷରେ ଏମିତି ଲଜ୍ଜିତ ହେଲେ ଯେ ଯିଏ ଶୁଣୁଛି ସିଏ ହସୁଛି । ଆମେ କୌଣସି ପ୍ରଫେସନାଲ ଚୋର ତସ୍କର କଥା କହୁନୁ । ଆମେ କହୁଛୁ ଜଣେ ଶିକ୍ଷିତ ଲୋକଙ୍କ କଥା । ଯିଏ କି ବଡ଼ ସହରରେ ରୁହନ୍ତି, ବହୁତ ରୋଗାର ବି କରନ୍ତି । ବଡ଼ ବଡ଼ ଗାଡ଼ି ବା ଲକ୍ଜୁରିଅସ୍ ଗାଡ଼ି ବି ଚଢ଼ନ୍ତି । ହେଲେ ଖୁବ୍ ନିଚ୍ଚ କାମ ପାଇଁ ଟ୍ରାଫିକ୍ରେ ଧରା ପଡ଼ନ୍ତି । ଶେଷରେ ଲୋକହସା ବି ହୁଅନ୍ତି ।
ଏମିତି କିଛି ଖବର ସାମ୍ନାକୁ ଆସିଛି ରାଜସ୍ଥାନ ସିରୋହି ଜିଲ୍ଲାରୁ । ବାହାର ରାଜ୍ୟରୁ କିଛି ପର୍ଯ୍ୟଟକ ଆସିଥିଲେ ଏହି ସହରକୁ । ବଡ଼ ଦାମୀ ଗାଡ଼ି ବି ଧରିଥିଲେ । ଜଣେ କି ଦୁଇ ଜଣ ନୁହେଁ ଗ୍ରୁପ୍ରେ ଆସିଥିଲେ । ଦେଖିବକୁ ଖୁବ୍ ପଇସା ବାଲା ଶିକ୍ଷିତ ଘରର ଜଣାପଡ଼ୁଥିଲେ । ହେଲେ ଶେଷରେ ନାଁ ପକାଇଦେଲେ....
ଏକ ହୋଟେଲରେ ଖାଦ୍ୟ ଖାଇଲେ, ଟଙ୍କା ନଦେଇ ଚାଲିଗଲେ । ୧୦୦କି ୨୦୦ଟଙ୍କା ନୁହେଁ ୧୦,୯୦୦ଟଙ୍କାର ବିଲ୍ ନଦେଇ ଖସି ପଳାଉଥିଲେ । ଏହି ପର୍ଯ୍ୟଟକମାନେ ଗୁଜରାଟରୁ ଆସିଥିବା କୁହାଯାଉଛି। ରାଜସ୍ଥାନ ବୁଲିବାକୁ ଆସି ସେମାନେ ରାଜସ୍ଥାନର ସିରୋହି ଜିଲ୍ଲାର ଆବୁ ରୋଡ୍ ଅଞ୍ଚଳରେ ଥିବା ହାପିଡେ ହୋଟେଲରେ ରହିଥିଲେ। ଯେଉଁଠାରେ ସେମାନେ ଖାଇବା-ପିଇବା କରିବା ସହ ବିଶ୍ରାମ ନେଇଥିଲେ।
ହେଲେ ବିଲ୍ ଦେବା ସମୟ ଆସିବା ଦେଖି ସେମାନେ ହୋଟେଲରୁ ଖସି ପଳାଇ ଆସିଥିଲେ। କିନ୍ତୁ ୧୦ହଜାର ନଦେଇ ଖସିପଳାଇବାର ଉଦ୍ୟମ ବିଫଳ କରିଥିଲା ଟ୍ରାଫିକ୍ ସିଗ୍ନାଲ । ଦୁର୍ଭାଗ୍ୟବସତଃ ତାଙ୍କ ଗାଡ଼ି ଅଟକି ଥିଲା ଟ୍ରାଫିକ୍ ସିଗ୍ନାଲରେ । ଆଉ ପଛରୁ ତାଙ୍କୁ ଫଲୋ କରୁଥିବା ହୋଟେଲ କର୍ମଚାରୀମାନେ ଧରିନେଇଥିଲେ । ବେଶ କିଛି ସମୟ ପର୍ଯ୍ୟନ୍ତ ରାସ୍ତା ମଝିରେ ହଙ୍ଗାମା ଚାଲିଲା । ଟ୍ରାଫିକ୍ ସିଗ୍ନାଲ ଯୋଗୁଁ ସେମାନେ ବେଶି ଦୂର ମଧ୍ୟ ଯାଇପାରିନଥିଲେ । ତେଣୁ ସେମାନଙ୍କ ନୌଟଙ୍କି ଲୋକଙ୍କ ଆଗରେ ଧରାପଡ଼ିଥିଲା । ଶେଷରେ ସେମାନଙ୍କୁ ୧୦,୯୦୦ଟଙ୍କାର ବିଲ ହୋଟେଲରେ ପୈଠ କରିବାକୁ ବାଧ୍ୟ ହୋଇଥିଲେ ।
ସୂଚନା ଅନୁଯାୟୀ, ପର୍ଯ୍ୟଟକମାନେ ହୋଟେଲରେ ମୋଟ ୧୦,୯୦୦ ଟଙ୍କାର ବିଲ୍ ନଦେଇ ବିଳାସପୂର୍ଣ୍ଣ କାରରେ ପଳାଇବାକୁ ଚେଷ୍ଟା କରିଥିଲେ। ହୋଟେଲ ମ୍ୟାନେଜର ବାରମ୍ବାର ବିଲ୍ ଦେବାକୁ କହିଥିଲେ ମଧ୍ୟ ପର୍ଯ୍ୟଟକମାନେ ବିଲ୍ ପରିଶୋଧ ନକରି ସେଠାରୁ ଖସିଆସିଥିଲେ। ଏହା ଦେଖି ହୋଟେଲ ମ୍ୟାନେଜର ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ପରେ ପୋଲିସ ଏବଂ ହୋଟେଲ ମ୍ୟାନେଜର ଉଭୟ, ଅଭିଯୁକ୍ତ ପର୍ଯ୍ୟଟକଙ୍କୁ ପିଛା କରି ଶେଷରେ ଆବୁ ରୋଡର ଅମ୍ବାଜୀ ରୋଡ ନିକଟରେ ସେମାନଙ୍କୁ କାବୁ କରିଥିଲେ। ପୋଲିସକୁ ଦେଖି ପର୍ଯ୍ୟଟକମାନେ ହୋଟେଲ ମ୍ୟାନେଜରଙ୍କୁ ଅନଲାଇନରେ ଟଙ୍କ ପଠାଇଥିଲେ । ଟଙ୍କାକୁ ଟଙ୍କା ଦେଲେ ହେଲେ ଏତେ ଲୋକଙ୍କ ଆଗରେ ଲୋକହସା ହେଲେ ।
Gujju inspiring Gujjus
— Shuvodip (@shuvodip99) October 26, 2025
Gujarati tourists rack up ₹10,900 hotel bill, try to flee in luxury car; caught on Ambaji Road, payment recovered online ! pic.twitter.com/Pl9BHZeazU
📱 Get Argus News App
✨Related Topics
Explore more stories