Viral Video: ଖାଦ୍ୟପ୍ରେମୀଙ୍କ ପାଇଁ ନୂଆ ରେଶିପି

ପ୍ରତ୍ୟେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତିକି କିଛି ପ୍ରୋଟିନ୍ ଖାଇବା ସହ ଦିନ ଆରମ୍ଭ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ପ୍ରୋଟିନ୍ କଥା ଶୁଣିବା ମାତ୍ରେ ଆପଣଙ୍କ ମନରେ ପ୍ରଥମେ କ’ଣ ଆସେ? ଏହା ହେଉଛି ଅଣ୍ଡା!। ପ୍ରତେକ ଲୋକ ଏହାକୁ ଖାଇବାକୁ ଭଲ ପାଆନ୍ତି । ଅଣ୍ଡା ହେଉଛି ସବୁଠାରୁ ଲୋକପ୍ରିୟ ଏବଂ ସ୍ୱାସ୍ଥ୍ୟକର ଜଳଖିଆ ବିକଳ୍ପ। ସମସ୍ତେ ଏହି ସାଧାସିଧା ଜଳଖିଆକୁ ପସନ୍ଦ କରନ୍ତି ଯାହା ଶିଘ୍ର ହୋଇଥାଏ ଆଉ ଏଥିରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ରେଶିପି ତିଆରି କରାଯାଇଥାଏ । ବ୍ରେଡ୍ ଆମଲେଟ୍, ଆମଲେଟ୍, ଭୁଜିଆ, ଅଣ୍ଡା ପୋଚ୍, ସନି ସାଇଡ୍ ଅପ୍ ଏହି ପରି ଅନେକ କିଛି ପ୍ରସ୍ତୁତ କରାଯାଇପାରିବ।
ବିଶେଷକରି, ଆମଲେଟ୍ ମସଲାଯୁକ୍ତ ଏବଂ ପନିପରିବା ଅଧିକ ଥିଲେ ଲୋକମାନେ ସାଧାରଣତଃ ଏହି ଜଳଖିଆକୁ ପସନ୍ଦ କରନ୍ତି। କିନ୍ତୁ ଆମଲେଟକୁ ଅନେକ ସମୟପରେ ବିଭିନ୍ନ ପ୍ରକାରର ପରୀକ୍ଷ କରାଯାଇଥାଏ। କେତେବେଳେ ଚକୋଲେଟ୍ ଆମଲେଟ୍ ତଆଉ କେତେବେଳେ ଚାଉମିନ୍ ଆମଲେଟ୍ ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି ଗୁଲାବ ଜାମୁନ୍ ଆମଲେଟ୍।
📱 Get Argus News App
✨ଗୁଲାବ ଜାମୁନ୍ ଆମଲେଟ୍ ର ଭିଡିଓ ଇନଷ୍ଟାଗ୍ରାମରେ ଜଣେ ଫୁଡ୍ ଭ୍ଲଗରଙ୍କ ଦ୍ୱାରା ସେୟାର କରାଯାଇଛି। ଏଥିରେ ଜଣେ ରାସ୍ତାକଡରେ ବିକୁଥିବା ଜଣେ ବ୍ୟକ୍ତି ଏକ ଷ୍ଟିଲ୍ ପ୍ୟାନ୍ ରେ ଛଅଟି ଅଣ୍ଡା ଭାଙ୍ଗି ସେଥିରେ ଗୁଲାବ ଜାମୁନ୍ ଖଣ୍ଡ ଉପରେ ପକାଇଲେ। କିଛି ସମୟ ପରେ ଧନିଆପତ୍ର , ଲୁଣ, କଟା ପିଆଜ ଏବଂ ଲଙ୍କା ପକାଇଲେ । ଏବେ ଏକ ପ୍ଲେଟ୍କୁ କାଢି ଉପରେ କେଚଅପ୍ ଦେଇ ଏବଂ ଗ୍ରାହକଙ୍କୁ ପରିବେଷଣ କରନ୍ତି।
ଆମଲେଟ୍ ସହିତ ଏହି ଅଜବ ପରୀକ୍ଷଣକୁ ଖାଦ୍ୟ ବିତରଣ ଆପ୍, ସ୍ୱିଗି ଇଣ୍ଡିଆ ପସନ୍ଦ କରିଛି। ସେମାନେ ଲେଖିଛନ୍ତି, "ଇତନା ଭି ଠିକ ଥା ମାଫି ମିଲ୍ ଜାତି, ପର କେଚଅପ୍?!
ଜଣେ ବ୍ୟବହାରକାରୀ କହିଛନ୍ତି, "ଯଦି ଆପଣ ତାଙ୍କୁ ଭେଟିବାକୁ ଯାଉଛନ୍ତି ତେବେ ଏହା ଏକ ତରଫା ଯାତ୍ରା।"
ଅନ୍ୟ ଜଣେ କହିଛନ୍ତି, "RIP Omelette"
କେହି ଜଣେ କହିଲେ, " ଯେଉଁମାନେ ଏହି ଭିଡିଓକୁ ପସନ୍ଦ କରନ୍ତି ଅର୍ଥାତ୍ ସେମାନେ ଏହି ରେଶିପି ଖାଇଛନ୍ତି।"