Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଆଲ୍ଲା ହୁ ଆକବର୍' ପରେ ଗୁଳି ବର୍ଷଣ , NIA ଘେରରେ ଏହି ବ୍ୟକ୍ତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
'ଆଲ୍ଲା ହୁ ଆକବର୍' ପରେ ଗୁଳି ବର୍ଷଣ , NIA ଘେରରେ ଏହି ବ୍ୟକ୍ତି

'ଆଲ୍ଲା ହୁ ଆକବର୍' ପରେ ଆରମ୍ଭ ହୋଇଥିଲା ଗୁଳି ବର୍ଷଣ
ଆକ୍ରମଣ ସମ୍ପର୍କରେ ଜାଣିନଥିଲେ ରିଷି ଭଟ୍ଟ
ସାମ୍ନାକୁ ଆସିଲା ଆଉ ଏକ ଛାତିଥରା ଭିଡିଓ


ଠିକ ଗୁଳି ବର୍ଷଣ ସମୟରେ ହିଁ ଆଲ୍ଲା ହୁ ଆକବର ବୋଲି ତିନିଥର କହିଥିଲେ ଏହି ଜିପଲାଇନ ଅପରେଟର । ଆଉ ତା ପରେ ଆରମ୍ଭ ହୋଇ ଯାଇଥିଲା ଗୁଳିବର୍ଷଣ । କିନ୍ତୁ ଏ ସମ୍ପର୍କରେ ଅବଗତ ନଥିଲେ ଏହି ଗୁଜୁରାଟର ରିଷି ଭଟ୍ଟ । ଉପରେ ଜିପଲାଇନରେ ସେଲଫି ନେଇ ଏହା ମଜା ଉଠାଉଥିଲେ । ଆଉ ମୋବାଇଲେ କଏଦ୍ ହେଉଥିଲା ତଳେ ଚାଲିଥିବା ଗୁଳିବର୍ଷଣର ଲୋମ ହର୍ଷଣକାରୀ ଦୃଶ୍ୟ । କିନ୍ତୁ ଏହାକୁ ସେତେବେଳେ ବି ବୁଝିପାରୁନଥିଲେ ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚି ଯାଇଥିବା ବ୍ୟକ୍ତି ।

ଉପରେ ଜିପଲାଇନରେ ମଜା ନେଉଥିବା ଏହି ବ୍ୟକ୍ତିଜଣକ ଜାଣିନଥିଲେ, ତଳେ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇଛି ବୋଲି । ଏ ଦୃଶ୍ୟ ଯାହା ବର୍ତ୍ତମାନ ସୋସିଆଳ ମିଡିଆରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । ପହଲଗାମ୍ ଆତଙ୍କୀ ଆକ୍ରମଣର ଗୋଟିଏ ପରେ ଗୋଟିଏ ଛାତିଥରା ଦୃଶ୍ୟ ଯାହା ହୃଦ୍ୟକୁ ବ୍ୟଥିତ କରିବା ସହ ଛାତି ଥରାଇ ଦେଉଛି। କିପରି ଆତଙ୍କବାଦୀଙ୍କ ବର୍ବରତାରେ ଯାଉଛି ନୀରିହ ଲୋକଙ୍କ ଜୀବନ । ସେତେବେଳେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି , ଯେଉଁଥିରେ ଜିପଲାଇନରେ ସେଲଫି ଭିଡିଓରେ କଏଦ ହୋଇଛି ତଳେ ହେଉଥିବା ଗୁଳିବର୍ଷଣର ଦୃଶ୍ୟ । ଖାଲି ସେତିକି ନୁହେଁ ଜିପଲାଇନ ରାଇଡ ପୂର୍ବରୁ ଏହାର ଅପରେଟର ୩ ଥର ଆଲ୍ଲା ହୁ ଆକବର୍ କହିବା ପରେ ହିଁ ଗୁଳିର ବର୍ଷଣ ଆରମ୍ଭ ହେବା ସହ ସେ ଜିପଲାଇନରେ ବସିବାକୁ ସେହି ବ୍ୟକ୍ତିଙ୍କୁ କହିଥିଲେ । ଯାହାକୁ ଦେଖି ତଦନ୍ତ ଆରମ୍ଭ କରିଛି ଏନଆଇଏ ଅର୍ଥାତ ନେସନ୍ୟାଲ ଇନଭେଷ୍ଟିଗେସନ୍ ଏଜେନ୍ସି ।

ସେହି ବ୍ୟକ୍ତିଜଣକ ଆତଙ୍କୀ ସଂଗଠନ ଏବଂ ସେହି ଆକ୍ରମଣ ସହ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ଯେତେବେଳେ ସେହି ବ୍ୟକ୍ତି ରିଷିଙ୍କର ସ୍ତ୍ରୀ ଏବଂ ପୁଅକୁ ଜିପଲାଇନରେ ଛାଡିଥିଲେ, ସେତେବେଳେ ଏପରି କହିନଥିଲେ । କିନ୍ତୁ ଗୁଳି ବର୍ଷଣର ପୂର୍ବରୁ ରିଷିଙ୍କ ଜିପଲାଇନ ଅପରେଟ କଲାବେଳେ ହିଁ ଏପରି କହିଥିଲେ । ଯାହାର ଭିଡିଓ ମଧ୍ୟ କଏଦ୍ କରିଛନ୍ତି ରିଷି ଭଟ୍ଟ । ସେ ଜିପଲାଇନରେ ବୁଲିବା ସମୟରେ ଆକ୍ରମଣ ସମ୍ପର୍କରେ ଅବଗତ ନଥିଲେ । କିନ୍ତୁ ପରେ ନିଜ ସ୍ତ୍ରୀ ଏବଂ ପିଲାଙ୍କୁ ଦୌଡୁଥିବାର ଦେଖି ସେ ଅଧାବାଟରୁ ଅଟକି ଯାଇଥିଲେ ।

ତେବେ ଭାଇରାଲ ହୋଇଥିବା ଏହି ଭିଡିଓକୁ ୨୨ ତାରିଖରେ ସେ ନିଜର ଯବାନ ସାଙ୍ଗଙ୍କୁ ପଠାଇଥିଲେ । ଆଉ ପରେ ୨୮ ତାରିଖରେ ଏହି ଭିଡିଓ ଭାଇରାଲ ହୋଇଥିଲା । ତେବେ ଭିଡିଓରେ ଆଲ୍ଲା ହୁ ଆକବର କହିଥିବା ବ୍ୟକ୍ତି ଜଣକ ଏନଆଇଏର ତଦନ୍ତ ଘେରରେ ରହିଛି । ସେପଟେ ଏହି ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ସେନାର ହାତ ଥିବା ବିଶେଷ ହାତ ଥିବା ଜଣା ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gunfire erupts after 'Allahu Akbar' chant, this person in NIA custody | Argus News