Videos
|
National

ରାତିରେ ବାଉଳାଚାଉଳା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ରାତିରେ ବାଉଳାଚାଉଳା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଆମେରିକାର ମଧ୍ୟସ୍ଥତାରେ ଗତକାଲି ଅସ୍ତ୍ରବିରତିରେ ସହମତ ହୋଇଥିଲେ ଭାରତ- ପାକିସ୍ତାନ। ଉଭୟ ଦେଶର ବରିଷ୍ଠ ଅଧିକାରୀ ମଧ୍ୟ ଏନେଇ ଘୋଷଣା କରିଥିଲେ। ହେଲେ ରାତି ହେବାରୁ ପୁଣି ପାକିସ୍ତାନ ଫୁଟାଇଥିଲା ଗୁଳି। ଡ୍ରୋନ ଏବଂ ଶେଲିଂ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିଥିଲା। ଯାହାର ଉଚିତ୍ ଜବାବ ଦେଇଥିଲେ ଭାରତୀୟ ସେନା।

ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଏହାକୁ ଦୃଢ଼ ଭାବେ ନିନ୍ଦା କରିଛି ଏବଂ ଭାରତୀୟ ସେନାକୁ ଏହି ଆକ୍ରମଣର ଦୃଢ଼ ଏବଂ ଉପଯୁକ୍ତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଘଟଣାକୁ ନେଇ ବିଳମ୍ବିତ ରାତିରେ, ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏକ ସ୍ୱତନ୍ତ୍ର ପ୍ରେସ୍ ବ୍ରିଫିଂ କରିଥିଲେ। ସେ କହିଥିଲେ "ଗତ କିଛି ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଉଭୟ ଦେଶ ମଧ୍ୟରେ ରାଜିନାମା ହୋଇଛି। ହେଲେ ମାତ୍ର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ ଏହାର ଉଲ୍ଲଂଘନ କରୁଛି। ଯାହାର କଡ଼ା ମୁକାବିଲା କରୁଛି ଭାରତ। ଏହି ଆକ୍ରମଣ ଅତି ନିନ୍ଦନୀୟ, ଏଥିପାଇଁ ପାକିସ୍ତାନ ଦାୟୀ। ପାକିସ୍ତାନ ଏହାର ଗୁରୁତ୍ବ ବୁଝି ଆକ୍ରମଣ ବନ୍ଦ କରିବା ଉଚିତ୍ ବୋଲି ସେ କହିଥିଲେ। ପାକିସ୍ତାନ ସେନାକୁ ଚେତାବନୀ ଦେଇ କହିଥିଲେ "ସେନା ଏହି ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଯେକୌଣସି ଆକ୍ରମଣର କଠୋର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


ଘଟଣାକୁ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, "ପାକିସ୍ତାନ ଆନ୍ତରିକତାର ସହ ଅସ୍ତ୍ରବିରତି ପାଳନ କରିବାକୁ ପ୍ରତିବଦ୍ଧ।" ହେଲେ ଭାରତ ଏହାକୁ ଉଲ୍ଲଂଘନ କରୁଛି। ଆମ ସେନା ଏହାକୁ ସଂଯମତାର ସହିତ ପରିଚାଳନା କରୁଛି। "ଅସ୍ତ୍ରବିରତି ପାଳନ କରିବାରେ ଉପୁଜୁଥିବା ଯେକୌଣସି ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବା ଉଚିତ"।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଅସ୍ତ୍ରବିରତିକୁ ବିଜୟ କହି ବାଉଳା ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନୀ ସେନା, ନୌସେନା ଏବଂ ସଶସ୍ତ୍ର ବାହିନୀର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ପାକିସ୍ତାନର ବିଜୟ ବୋଲି ଘୋଷଣା କରିଛନ୍ତି। ସରିଫ୍ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଚୀନକୁ ଧନ୍ୟବାଦ ଜଣାଇଛନ୍ତି। ଯୁଦ୍ଧବିରତିରେ ୱାଶିଂଟନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।" ଚୀନକୁ ଉଲ୍ଲେଖ କରି ସେ କହିଛନ୍ତି, "ଆମେ ଆମର ଅତ୍ୟନ୍ତ ପ୍ରିୟ, ଅତ୍ୟନ୍ତ ବିଶ୍ୱସ୍ତ ଏବଂ ଅତ୍ୟନ୍ତ ପ୍ରିୟ ବନ୍ଧୁ ଚୀନକୁ ମଧ୍ୟ ଧନ୍ୟବାଦ ଦେଉଛୁ।"

Gunfire exchanged between Indian and Pakistani troops after ceasefire | Argus News