Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଅଷ୍ଟ୍ରେଲିଆରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

National

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଅଷ୍ଟ୍ରେଲିଆରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଅଷ୍ଟ୍ରେଲିଆରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

ଅର୍ଗସ ବ୍ୟୁରୋ:  ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଅଷ୍ଟ୍ରେଲିଆରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଷ୍ଟ୍ରେଲିଆର ରାଜଧାନୀ କାନବେରା ସ୍ଥିତ ଫ୍ଲୋରେଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଅଷ୍ଟ୍ରେଲିଆରେ ଅବସ୍ଥାପିତ। ଭାରତୀୟ ହାଇ କମିଶନର ଗୋପାଳ ବାଗଲେ ଏବଂ ଅଷ୍ଟ୍ରେଲିଆ ହିନ୍ଦୁ କାଉନସିଲ୍‍ର ନିର୍ଦ୍ଦେଶକ ପ୍ରକାଶ
ମେହେଟ୍ଟା ଗୁରୁଜୀ ଡଃ ଶତପଥୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ସୂଚନାଯୋଗ୍ୟ ଯେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ତାଙ୍କର ବିଶ୍ୱ ସାଇ ଆନ୍ଦୋଳନ ପ୍ରେକ୍ଷାପଟ୍ଟରେ।ଅଷ୍ଟ୍ରେଲିଆ ମହାଦେଶରେ ଭ୍ରମଣକରି ଏକାଧିକ ମନ୍ଦିର ପ୍ରତିଷ୍ଠା କରିବା ସହିତ ଅନେକ ଦାତବ୍ୟ ଓ ସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିଛନ୍ତି । ବିଶେଷକରି ପ୍ରବାସୀ ଭାରତୀୟ ଏବଂ ଓଡ଼ିଆ ସମୁଦାୟ ମଧ୍ୟରେ ସୁବିଚାର, ସେବା ଏବଂ ସାମାଜିକ ଓ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାରେ ଗୁରୁଜୀ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।

ଏହି ଅବସରରେ ଅଷ୍ଟ୍ରେଲିଆରେ ଶ୍ରୀଗୁରୁ ଭାଗବତର ପ୍ରସାର ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଅଧିବାସୀମାନେ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଶ୍ରୀଗୁରୁ ଭାଗବତର ମନୋରମ ପରିବେଷଣ କରିଥିଲେ । ଗୁରୁଜୀ ସମବେତ ବିଶାଳ ଜନତା ଓ ବୁଦ୍ଧିଜୀବୀମାନଙ୍କୁ ଉଦ୍‍ବୋଧନଦେଇ ଧର୍ମ, ସଂସ୍କୃତି ଏବଂ ଶ୍ରଗୁରୁ ଭାଗବତର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Guruji Dr. Chandra Bhanu Satpathy is honored in Australia | Argus News