Videos
|
National

Hidden Camera In Gym / ଚେଞ୍ଜିଂ ରୁମ୍‌ର ଡୋର ବନ୍ଦ ହେବା ପରେ ବି କେହି ରଖୁଥିଲା ନଜର? ୧୦୦ ମହିଳାଙ୍କୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ

Bikash Mohanty
Browse all articles by Bikash Mohanty
·3 hours ago·2 min read
ଚେଞ୍ଜିଂ ରୁମ୍‌ର ଡୋର ବନ୍ଦ ହେବା ପରେ ବି କେହି ରଖୁଥିଲା ନଜର? ୧୦୦ ମହିଳାଙ୍କୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ
GYM

Key Points

ଚେଞ୍ଜିଂ ରୁମ୍‌ର ଡୋର ବନ୍ଦ ହେବା ପରେ ବି କେହି ରଖୁଥିଲା ନଜର?
୧୦୦ ମହିଳାଙ୍କୁ ନେଇ ଚାଞ୍ଚଲ୍ୟକର ଅଭିଯୋଗ
ଜିମ ସିଜ କଲା ପୋଲିସ
ଗୁଜରାଟର ସୁରେନ୍ଦ୍ରନଗରରୁ ସାମ୍ନାକୁ ଆସିଛି  ଏକ ଘଟଣା

ଜିମ୍‌କୁ ଯାଉଥିବା ମହିଳାମାନେ କେବେ ଭାବିଥିବେ କି, ଚେଞ୍ଜିଂ ରୁମ୍‌ର ଡୋର୍  ବନ୍ଦ କରିବା ପରେ ମଧ୍ୟ କେହି ତାଙ୍କୁ ନଜର ରଖୁଛି ? ଗୁଜରାଟର ସୁରେନ୍ଦ୍ରନଗରରୁ ସାମ୍ନାକୁ ଆସିଥିବା ଏକ ଘଟଣା ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ବଢ଼ାଇଛି। ଅଭିଯୋଗ ହୋଇଛି, ଏକ ଜିମ୍‌ର ଚେଞ୍ଜିଂ ରୁମ୍‌ରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେମାନଙ୍କୁ ପରେ ବ୍ଲାକ୍‌ମେଲ୍ କରାଯାଉଥିଲା।

ଘଟଣା ସାମ୍ନାକୁ ଆସିବା ପରେ ‘କ୍ଲବ୍ ୭୧’ ନାମରେ ଚାଲୁଥିବା ଦୁଇଟି ଜିମ୍‌କୁ ପୁଲିସ ସିଲ୍ କରିଛି। ଏହି ଜିମ୍‌ର ଅପରେଟର ଅମିନ ୟାସିନ ମୁଲତାନିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ପୁଲିସ ଏବେ ଘଟଣାର ପ୍ରତ୍ୟେକ ଦିଗର ଯାଞ୍ଚ କରୁଛି।

ଚେଞ୍ଜିଂ ରୁମ୍‌ରୁ ଆରମ୍ଭ ହୋଇଥିଲା କି ପୂରା ଖେଳ?

ଅଭିଯୋଗ ଅନୁସାରେ, ଜିମ୍‌କୁ ଆସୁଥିବା ମହିଳା ଓ ଯୁବତୀମାନଙ୍କ ଚେଞ୍ଜିଂ ରୁମ୍‌ର ଗୋପନୀୟ ଭିଡିଓ ରେକର୍ଡ କରାଯାଉଥିଲା। ପରେ ସେହି ଭିଡିଓକୁ ଆଧାର କରି ମହିଳାମାନଙ୍କୁ ଭୟଭୀତ କରାଯାଉଥିଲା ବୋଲି ଅଭିଯୋଗ ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ବଡ଼ ପ୍ରଶ୍ନ ଏହି ଭିଡିଓ କାହିଁକି ରେକର୍ଡ କରାଯାଉଥିଲା? ଅଭିଯୋଗ ଅନୁଯାୟୀ, ଭିଡିଓ ଦେଖାଇ ମହିଳାମାନଙ୍କୁ ଜିମ୍‌ ଅପରେଟର ୟାସିନ ମୁଲତାନିଙ୍କ ସହ ବନ୍ଧୁତା କରିବା ଏବଂ ତାଙ୍କ ନିକଟତର ହେବାକୁ ଚାପ ଦିଆଯାଉଥିଲା। ପ୍ରାୟ ୧୦୦ ଜଣ ମହିଳା ଏଭଳି ଟାର୍ଗେଟ୍ ହୋଇଥିବା ଅଭିଯୋଗ ମାମଲାକୁ ଆହୁରି ଗମ୍ଭୀର କରିଛି।

ମେସେଜ୍ ଆସୁଥିଲା ରିସେପ୍ସନିଷ୍ଟଙ୍କ ଫୋନ୍‌ରୁ

ମାମଲାର ଆଉ ଏକ ଚମକାଇଦେବା ଦିଗ ହେଉଛି ମେସେଜ୍ ପଠାଇବାର ତରିକା। ଅଭିଯୋଗ ଅନୁସାରେ, ମହିଳାମାନଙ୍କୁ ଜିମ୍‌ ରିସେପ୍ସନିଷ୍ଟଙ୍କ ମୋବାଇଲ୍‌ ଫୋନ୍‌ରୁ ମେସେଜ୍ ପଠାଯାଉଥିଲା।

ମେସେଜ୍‌ରେ ସେମାନଙ୍କ ଚେଞ୍ଜିଂ ରୁମ୍‌ର ଭିଡିଓ ଥିବା କୁହାଯାଉଥିଲା। ଏହା ସହ ଅଭିଯୁକ୍ତଙ୍କ ସହ ବନ୍ଧୁତା କରିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। ଏଭଳି ମେସେଜ୍ ମିଳିବା ପରେ ମହିଳାମାନେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।

ନିଜ ଫୋନ୍ ଛାଡ଼ି କର୍ମଚାରୀଙ୍କ ଫୋନ୍ କାହିଁକି?

ଏହି ମାମଲାରେ ଆଉ ଏକ ପ୍ରଶ୍ନ ଏବେ ପୁଲିସ ତଦନ୍ତର କେନ୍ଦ୍ରବିନ୍ଦୁ ପାଲଟିଛି। ଅଭିଯୁକ୍ତ ୟାସିନ ମୁଲତାନି ଜଣେ ଆଇନ ସ୍ନାତକ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ନିଜ ଫୋନ୍ ବ୍ୟବହାର ନକରି ସେ ରିସେପ୍ସନିଷ୍ଟଙ୍କ ମୋବାଇଲ୍‌ ବ୍ୟବହାର କରୁଥିଲେ।

ଏହା ପଛରେ ତଦନ୍ତରୁ ନିଜକୁ ଦୂରେ ରଖିବାର ଉଦ୍ଦେଶ୍ୟ ଥିଲା କି? କର୍ମଚାରୀଙ୍କ ଫୋନ୍‌ରୁ ହିଁ କାହିଁକି ମେସେଜ୍ ପଠାଯାଉଥିଲା? ଏହାର ଉତ୍ତର ଖୋଜୁଛି ପୁଲିସ।

ଦୁଇ ଜିମ୍ ସିଲ୍, ତଦନ୍ତ ଜାରି

ଘଟଣାର ଗମ୍ଭୀରତାକୁ ଦେଖି ପୁଲିସ ‘କ୍ଲବ୍ ୭୧’ ନାମରେ ଚାଲୁଥିବା ଉଭୟ ଜିମ୍‌କୁ ସିଲ୍ କରିଛି। ଚେଞ୍ଜିଂ ରୁମ୍‌ରେ କୌଣସି ଗୁପ୍ତ କ୍ୟାମେରା ଲଗାଯାଇଥିଲା କି, କେତେ ଭିଡିଓ ରେକର୍ଡ ହୋଇଛି, ସେଗୁଡ଼ିକ କେଉଁଠାରେ ରହିଛି ଏବଂ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି—ଏସବୁ ଦିଗରେ ତଦନ୍ତ ଚାଲିଛି।

ଏହି ଘଟଣା ଜିମ୍‌ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ମହିଳାଙ୍କ ଗୋପନୀୟତା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଚେଞ୍ଜିଂ ରୁମ୍‌କୁ ଯିବା ପୂର୍ବରୁ ଲୁଚା କ୍ୟାମେରା କିମ୍ବା ସନ୍ଦେହଜନକ ଉପକରଣ ନେଇ ସଚେତନ ରହିବା, ଏବଂ କୌଣସି ଅସ୍ୱାଭାବିକ ଘଟଣା ଦେଖିଲେ ଚୁପ୍ ନରହି ତୁରନ୍ତ ପ୍ରତିଷ୍ଠାନ କର୍ତ୍ତୃପକ୍ଷ କିମ୍ବା ପୁଲିସକୁ ଜଣାଇବା ଜରୁରୀ।

ତେବେ ଏହି ମାମଲାରେ ପ୍ରକୃତରେ କେତେ ମହିଳାଙ୍କ ଭିଡିଓ ରେକର୍ଡ ହୋଇଥିଲା? ଏହା ପଛରେ ଆଉ କିଏ ଥିଲେ? ପୁଲିସ ତଦନ୍ତ ଆଗକୁ ବଢ଼ିବା ସହ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସାମ୍ନାକୁ ଆସିବ।