Gym Accident / ଜିମ୍ ସେସନ୍ ପରେ ତଳେ ପଡ଼ିଗଲେ ପୁଅ…ମାଆଙ୍କ ସତର୍କତାରୁ ମୃତ୍ୟୁମୁଖରୁ ଫେରିଲା ଜୀବନ
·4 months ago·2 min read

Key Points
ଅତ୍ୟଧିକ ଜିମ୍ ବ୍ୟାୟାମ ପରେ ୨୧ ବର୍ଷୀୟ ଯୁବକ ବ୍ରେନ ଷ୍ଟ୍ରୋକରେ ପଡ଼ି ଅଚେତ ହୋଇଗଲେ
ନର୍ସ ଥିବା ମାଆ ତୁରନ୍ତ ଲକ୍ଷଣ ବୁଝି ହସ୍ପିଟାଲକୁ ନେଇ ଜୀବନ ବଞ୍ଚାଇଲେ

ସୋସିଆଲ ମିଡିଆରେ ଆମେ ବାରମ୍ବାର ବ୍ୟାୟାମକୁ ନେଇ ଖବର ଦେଖିଛେ। ଆଜିକାଲି ଫିଟ ଦେଖାଯିବାକୁ ସମସ୍ତେ ଜିମ ଯିିବାକୁ ପ୍ରିଫର କରୁଛନ୍ତି କିନ୍ତୁ ଏହି ଜିମ ବା ଅତ୍ୟଧିକ କେତେବଳେ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଆଜି ଆଉ ଏକ ଖବର ଭାଇରାଲ ହେଉଛି। ଜଣେ ୨୧ବର୍ଷୀୟ ପିଲା ଡେଡଲିଫ୍ଟ କରି ବ୍ରେନ ଷ୍ଟ୍ରୋକର ଶିକାର ହୋଇଛି। କିନ୍ତୁ ଭାଗ୍ୟ ଭଲ ଥିଲା ବୋଲି ତାଙ୍କ ଜୀବନ ବଞ୍ଚି ପାରିଲା। ତାଙ୍କ ମା’ଙ୍କ ସତର୍କତା ଯୋଗୁ ଆଜି ପୁଅର ଜୀବନ ବଞ୍ଚିପାରିଛି।
"ଅନେକ ଥର ହାର ମାନିଥିଲି। କିନ୍ତୁ ହାର ମାନିବା ଏକ ବିକଳ୍ପ ନୁହେଁ। ତା’ ମଧ୍ୟରେ ମୁଁ ବାରମ୍ବାର ଜିତିବାକୁ ଚେଷ୍ଟା କରୁଥିଲି।“ ୨୧ ବର୍ଷୀୟ ଓମ୍ ଭୋୟାର ନାଗପୁରର ଏକ ଜିମ୍ରେ ଡେଡ୍ଲିଫ୍ଟ କରିବାର ପୋଷ୍ଟ କରିଥିଲେ। ଘଣ୍ଟା ଘଣ୍ଟା ଏହି ଅଭ୍ୟାସ କରୁଥିଲେ। ଯେତେବେଳେ ସେ ଏପ୍ରିଲ୍ ୧୦ ତାରିଖରେ ଘରେ ପହଞ୍ଚିଲେ ତଳେ ପଡ଼ିଗଲେ ଏବଂ ଚେତାଶୂନ୍ୟ ହୋଇଗଲେ।
ଏହାସହ ପଢ଼ନ୍ତୁ: ପୁଅ ପାଇଁ ବାପା ହିନସ୍ତା; ବହେ ମାଡ଼ ଖାଇଲେ, ପରିସ୍ରା ବି ପିଆଇଲେ
ତାଙ୍କ ମାଆ ଆରତୀ ଭୋୟାର, ପେଶାରେ ଜଣେ ନର୍ସ, ବୁଝିପାରିଲେ ଯେ ତାଙ୍କ ପୁଅ ପାରାଲେଟିକ ଆକ୍ରାନ୍ତ ହୋଇଛି। ବ୍ରେନ ହାମରେଜ ଯୋଗୁ ଏପରି ହୋଇଥାଏ ବୋଲି ତାଙ୍କ ମା ସଙ୍ଗେ ସଙ୍ଗେ ଜାଣିପାରିଲେ। ତାଙ୍କ ମା’ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ନେଇଯାଇଥିଲେ।
ଓମ୍ ଭୋୟାର ଜିମ୍ରେ କିଛି ଘଣ୍ଟା ବ୍ୟାୟାମ କରିଥିଲେ। ଯେତେବେଳେ ସେ ଘରେ ପହଞ୍ଚୁ ପହଞ୍ଚୁ ଚେତାଶୂନ୍ୟ ହୋଇଗଲେ। ଏପରି ପରିସ୍ଥିତିରେ ପ୍ରଥମ 3-4 ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ତାଙ୍କ ମାଆ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ। ଚିକିତ୍ସା କରିବାରୁ ଜଣାପଡ଼ିଥିଲା ଯେ, ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି। ଯାହାକୁ ଏକ ଥ୍ରୋମ୍ବେକ୍ଟମି ଅପରେସନ ମାଧ୍ୟମରେ ବ୍ଲଡ କ୍ଲଟକୁ ବାହାର କରାଯାଇଥିଲା। ଅପରେସନ ପରେ ତାଙ୍କ ମସ୍ତିଷ୍କରେ ରକ୍ତ ପ୍ରବାହିତ ସୁଚାରୂ ରୂପେ ହୋଇଥିଲା। ଯାହା ତାଙ୍କ ଆରୋଗ୍ୟରେ ସାହାଯ୍ୟ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତାଙ୍କ ମାଆଙ୍କ ତୁରନ୍ତ ହସ୍ତକ୍ଷେପ ଯୋଗୁଁ, ଓମ୍ ଭୋୟାରଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସିଥିଲା ଏବଂ ତାଙ୍କୁ ଏପ୍ରିଲ 21 ତାରିଖରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।
ଏହି ଘଟଣାଟି ଶାରୀରିକ କ୍ଷମତା ବାହାରେ କିମ୍ବା ବିଶେଷଜ୍ଞଙ୍କ ତତ୍ତ୍ୱାବଧାନ ବିନା ଅତ୍ୟଧିକ ବ୍ୟାୟାମର ଖରାପ ପ୍ରଭାବକୁ ସୂଚାଉଛି। ଏକ ହେମୋରେଜିକ୍ ଷ୍ଟ୍ରୋକ୍, ଯେଉଁଥିରେ ମସ୍ତିଷ୍କର ଏକ ରକ୍ତବାହୀ ନାଳୀ ଫାଟିଯାଏ ଏବଂ ରକ୍ତ ଆଖପାଖର ଟିସୁଗୁଡ଼ିକରେ ଲିକ୍ ହୁଏ, ମସ୍ତିଷ୍କର ପାଖ ଅଂଶ ଏବଂ ସଂଯୁକ୍ତ ଶରୀର ଅଂଶ ମଧ୍ୟରେ ସଂଯୋଗକୁ କାଟିପାରେ। ଏହା ଶରୀରର ସମ୍ପୃକ୍ତ ଅଂଶଗୁଡ଼ିକର ପକ୍ଷାଘାତର କାରଣ ହୁଏ। ତୁରନ୍ତ ରୋଗକୁ ଜାଣିପାରି ଉଚିତ ଚିକିତ୍ସା କରିବା ସହିତ, ଔଷଧ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ସଂଗୃହିତ ରକ୍ତକୁ ମସ୍ତିଷ୍କରୁ ବାହାର କରାଯାଇପାରିବ।

Related Topics
Explore more stories