Videos
|
National

ଅଯୋଧ୍ୟାରେ ୫୦୦ ବର୍ଷର ଗୁଲାମୀର ପ୍ରତୀକକୁ ଲିଭାଇ ଦିଆଯାଇଛି

Banajyotshna Ray
Browse all articles by Banajyotshna Ray
·1 year ago
ଅଯୋଧ୍ୟାରେ ୫୦୦ ବର୍ଷର ଗୁଲାମୀର ପ୍ରତୀକକୁ ଲିଭାଇ ଦିଆଯାଇଛି

Key Points

ଅଯୋଧ୍ୟାରେ ୫୦୦ ବର୍ଷର ଗୁଲାମୀର ପ୍ରତୀକକୁ ଲିଭାଇ ଦିଆଯାଇଛି । ଏବେ ଏହା ମଥୁରାରେ ବି ସମାନ କାର୍ଯ୍ୟ କରାଯିବ ।

ଅଯୋଧ୍ୟାରେ ୫୦୦ ବର୍ଷର ଗୁଲାମୀର ପ୍ରତୀକକୁ ଲିଭାଇ ଦିଆଯାଇଛି । ଏବେ ଏହା ମଥୁରାରେ ବି ସମାନ କାର୍ଯ୍ୟ କରାଯିବ । କୃଷ୍ଣ ଜନ୍ମାଷ୍ଟମୀରେ ମଥୁରାରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଉତ୍ତରପ୍ରଦେଶ ସରକାର ମଥୁରା, ବୃନ୍ଦାବନ, ବରସାନା, ଗୋକୁଳ, ବଳଦେବ, ଗୋବର୍ଦ୍ଧନ ଏବଂ ରାଧାକୁଣ୍ଡକୁ ତୀର୍ଥସ୍ଥଳୀ ଭାବେ ବିକଶିତ କରିବେ ।


ମଥୁରା ପହଞ୍ଚି ୬୪୫ କୋଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ସହ ଏକ ରେକର୍ଡ କରିଛନ୍ତି ସେ । ଉତ୍ତରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଗତ ୮ ବର୍ଷରେ ୩୮ ଥର ମଥୁରା ଗସ୍ତ କରିଛନ୍ତି। ପ୍ରତିବର୍ଷ ତାଙ୍କୁ ଦୁଇଥର ମଥୁରା ଆସିବାର ସୌଭାଗ୍ୟ ମିଳୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: