Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଳମ୍ବରେ ଅଫିସ ଆସିଲେ କଟିବ ଅଧାଦିନର ଦରମା 

Manini Pattanayak
Browse all articles by Manini Pattanayak
·2 years ago
ବିଳମ୍ବରେ ଅଫିସ ଆସିଲେ କଟିବ ଅଧାଦିନର ଦରମା 

 ନୂଆଦିଲ୍ଲୀ: ସରକାରୀ ବାବୁଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ । ବିଳମ୍ବରେ ଅଫିସ ଆସିଲେ କଟିବ ଅଧାଦିନର ଦରମା । କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ସକାଳ ୯ଟାରୁ ୯ ଟା ୧୫ ଭିତରେ ନ ପହଞ୍ଚିଲେ ଅଧାଦିନର ଦରମା କାଟିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରୀ ଅଫିସ ସମୟ ସକାଳ ୯ ଟା ରୁ ୫ ଟା ପର୍ଯ୍ୟନ୍ତ ରହିଥାଏ। ଏଥିପାଇଁ କର୍ମଚାରୀମାନଙ୍କୁ ସକାଳ ୯ଟା ୧୫ ଭିତରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି ।

କିନ୍ତୁ କିଛି କାର୍ଯ୍ୟାଳୟରେ ନିୟମ ପାଳନ ହେଉନଥିବାରୁ ଏଭଳି କିଛି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ଏନେଇ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବା ଡିଓପିଟି ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Half day's pay will be deducted for coming late to office | Argus News