ବିଶ୍ଵାସ ରହିଛି... ଥରେ ଏହି ମନ୍ଦିରଙ୍କୁ ଆସିଲେ କ୍ୟାନ୍ସର ଭଳି ରୋଗ ଭଲ ହୋଇଯାଏ !

Key Points
ଡାକ୍ତର ହନୁମାନ ମନ୍ଦିର ସହ ଜଡିତ ଏକ ରୋଚକ କାହାଣୀ ରହିଛି ।
ଭୂତ, ପିଶାଚ ନିକଟ ନେହିଁ ଆବେ.. ମହାବୀର ଜବ ନାମ ସୁନାବେ.. ହନୁମାନଙ୍କ ନାମ ଶୁଣିଲେ ଦୁଷ୍ଟ ଶକ୍ତି ଥର ଥର କମ୍ପିବା ସହ ପାଖ ଛାଡ଼ି ପଳାୟନ କରନ୍ତି.. ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ । ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ । କେବଳ ଭୂତପିଶାଚ ନୁହେଁ ରୋଗୀଙ୍କ ରୋଗ ବି ଭଲ କରିଦିଅନ୍ତି ପ୍ରଭୁ ହନୁମାନ । ମଧ୍ୟପ୍ରଦେଶର ଭିଣ୍ଡରେ ଧଣ୍ଡୁରା ଧାମରେ ଏପରି ଏକ ହନୁମାନ ମନ୍ଦିର ରହିଛି, ଯେଉଁଠି ହନୁମାନ ନିଜେ ଡାକ୍ତର ହୋଇ ଚିକିତ୍ସା କରୁଛନ୍ତି।

କଥାରେ ଅଛି ବିଶ୍ୱାସେ ମିଳଇ ପ୍ରଭୁ, ତର୍କେ ବହୁ ଦୂର । ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ଦେଶର କୋଣଅନୁକୋଣରୁ ଲୋକେ ଏହି ମନ୍ଦିରକୁ ଧାଇଁ ଆସନ୍ତି । କ୍ୟାନସର ରୋଗ ଠାରୁ ଆରମ୍ଭ କରି ସବୁ ମାରାତ୍ମକ ରୋଗ ଭଲ କରିବାକୁ ଭକ୍ତ ଏଠାକୁ ଆସନ୍ତି । ଏଠାରେ ପ୍ରଭୁ ହନୁମାନ, ଡାକ୍ତର ବଜରଙ୍ଗବଲୀ ଭାବରେ ପୂଜା ପାଉଛନ୍ତି । ଆଉ ଏ ହନୁମାନ ମନ୍ଦିର ହନୁମାନ କ୍ଲିନିକ ଭାବରେ ଜଣାଶୁଣା ।

ମନ୍ଦିର ପୂଜକଙ୍କ ଅନୁସାରେ, ନାନା ଦୁରାରୋଗ୍ୟ ହୋଇଥିଲେ ଯଦି ଆପଣ ଦାଣ୍ଡୁରା ଧାମ ଆସି ବଜରଙ୍ଗବଲୀଙ୍କୁ ଦର୍ଶନ କରୁଛନ୍ତି, ତେବେ ଦର୍ଶନ ମାତ୍ରେ ରୋଗ ଭଲ ହୋଇଯିବ । ସୂଚନା ଅନୁସାରେ ପ୍ରାୟତଃ ଏଠାକୁ କ୍ୟାନସର ରୋଗୀ ଆସିଥାନ୍ତି । ହନୁମାନଙ୍କ ଚରଣସ୍ପର୍ଶ କରି ସେମାନଙ୍କ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି ।
📱 Get Argus News App
✨
ଡାକ୍ତର ହନୁମାନ ମନ୍ଦିର ସହ ଜଡିତ ଏକ ରୋଚକ କାହାଣୀ ରହିଛି । ମାନ୍ୟତା ଅନୁଯାୟୀ ବହୁ ବର୍ଷ ପୂର୍ବେ ଏଠାରେ ଜଣେ ସାଧୁ ରହୁଥିଲେ । ତାଙ୍କ ନାଁ ଶିବକୁମାର ଦାସ ଥିଲା । ସେ ପ୍ରଭୁ ହନୁମାନଙ୍କର ଭକ୍ତ ଥିଲେ । ସେ କର୍କଟ ରୋଗରେ ପୀଡିତ ଥିଲେ । ଶିବକୁମାର ପ୍ରତ୍ୟେକ ଦିନ ମନ୍ଦିର ଯାଇ ପ୍ରଭୁ ହନୁମାନଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରୁଥିଲେ । ଦିନେ ବଇଦ ରୂପରେ ପ୍ରଭୁ ହନୁମାନ, ସାଧୁ ଶିବକୁମାରଙ୍କୁ ଦର୍ଶନ ଦେଇ ତାଙ୍କ ଚିକିତ୍ସା କରିବା ସହ ସମ୍ପୂର୍ଣ୍ଣ ସୁସ୍ଥ କରି ଦେଇଥିଲେ । ପ୍ରଭୁ ହନୁମାନଙ୍କ ମହିମା ଧିରେ ଧିରେ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା । ସେହିଦିନଠାରୁ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପରେ ଏଠାରେ ପୂଜାର୍ଚ୍ଚନା କରାଯାଏ ।

ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଲୋକେ ଏଠାରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଆରୋଗ୍ୟ ଓ ସୁସ୍ଥ ଜୀବନର କାମନା କରିଥାନ୍ତି । ମାନ୍ୟତା ଅନୁଯାୟୀ ପ୍ରଭୁ ହନୁମାନ ଭକ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି । କେବଳ ଦେଶ ନୁହେଁ ବରଂ ବିଦେଶରୁ ମଧ୍ୟ ଲୋକେ ଏଠାକୁ ଆସି ପ୍ରଭୁଙ୍କ ଦର୍ଶନ କରିଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥାନ୍ତି ।
