|
logo
Live

Argus News - ରାମଲଲାଙ୍କୁ ଦର୍ଶନ କଲେ ହନୁମାନଜୀ: ଅଯୋଧ୍ୟାରୁ ଆସିଲା ଅଲୌକିକ ଚିତ୍ର

National

ରାମଲଲାଙ୍କୁ ଦର୍ଶନ କଲେ ହନୁମାନଜୀ: ଅଯୋଧ୍ୟାରୁ ଆସିଲା ଅଲୌକିକ ଚିତ୍ର

Ritu Das
Browse all articles by Ritu Das
·2 years ago·2 min read
ରାମଲଲାଙ୍କୁ ଦର୍ଶନ କଲେ ହନୁମାନଜୀ: ଅଯୋଧ୍ୟାରୁ ଆସିଲା ଅଲୌକିକ ଚିତ୍ର

ଅର୍ଗସ ବ୍ୟୁରୋ: ଜାନୁୟାରୀ ୨୨ରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାର ଉତ୍ସାହ ସମଗ୍ର ଦେଶରେ ଦେଖାଯାଇଥିଲା। କି ସୁନ୍ଦର ଦୃଶ୍ୟ। ଗଗନ ପବନରେ ସବୁଠି ପ୍ରକମ୍ପିତ ହୋଇଥିଲା ରାମ। ୫୦୦ବର୍ଷ ଅପେକ୍ଷା କରିବାପରେ ଭଗବାନ ଶ୍ରୀ ରାମ ତାଙ୍କ ମହାନ ତଥା ଈଶ୍ବରୀୟ ମନ୍ଦିରରେ ବସିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ମଙ୍ଗଳବାର ବହୁ ସଂଖ୍ୟାରେ ଭକ୍ତ ପ୍ରଭୁ ରାମଙ୍କ ଦର୍ଶନ ପାଇବାପାଇଁ ରାମ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ଏମିତି ଏକ ଘଟଣା ଘଟିଥିଲା ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କୁ ଚକିତ କରିଦେଇଥିଲା। ଆପଣ ବି ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। 

ଆରତୀ ପୂର୍ବରୁ ଏକ ମାଙ୍କଡ଼ ଗର୍ଭଗୃହରେ ପ୍ରଭୁ ରାମଙ୍କ ମୂର୍ତ୍ତି ନିକଟରେ ପହଞ୍ଚିଥିଲା। ମାଙ୍କଡ ଆସି ରାମଲଲାଙ୍କ ପ୍ରତିମା ସାମ୍ନାରେ ବସିଥିଲା। ସେଠାରେ ଉପସ୍ଥିତ ଲୋକମାନେ ଭାବିଥିଲେ। ଯେ, ମାଙ୍କଡ଼ ମୂର୍ତ୍ତିକୁ କିଛି କ୍ଷତି କରି କାଳେ ତଳେ ପକେଇଦେବ। କିନ୍ତୁ ସେପରି କିଛି ଘଟି ନ ଥିଲା। ମାଙ୍କଡ଼ କିଛି ସମୟ ପାଇଁ ରାମଲଲାଙ୍କୁ ଚାହିଁ ରହିଲା ସତେ ଯେମିତି ହନୁମାନ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ। ଆଉ ତା'ପରେ ସେଠାରୁ ଚାଲିଗଲା। ରାମ ଜନ୍ମଭୂମି ଟ୍ରଷ୍ଟ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହି ଘଟଣା ବିଷୟରେ ସୂଚନା ଦେଇଛି।

ମନ୍ଦିର ଟ୍ରଷ୍ଟ ଲେଖିଛି, ଆଜି ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଏକ ସୁନ୍ଦର ଘଟଣା ଘଟିଛି। ପ୍ରାଣ ପ୍ରତିଷ୍ଠା ଯେଉଁ ଦିନ ହେଲା ସେହି ଦିନ ସନ୍ଧ୍ୟା ପ୍ରାୟ ୫ଟା୫୦ ବେଳେ ଏକ ମାଙ୍କଡ଼ ଦକ୍ଷିଣ ଦ୍ବାର ଦେଇ ଗର୍ଭଗୃହରେ ହଠାତ ପ୍ରବେଶ କରି ମୂର୍ତ୍ତି ନିକଟରେ ପହଞ୍ଚିଲେ। ବାହାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ମାଙ୍କଡ଼କୁ ଦେଖି ପ୍ରଥମେ ଡରିଯାଇଥିଲେ ଆଉ ନୀରବ ରହି ଦେଖିଲେ ମାଙ୍କଡ଼ଟି କଣ କରୁଛି। ହାତ ଯୋଡ଼ିକି ସମସ୍ତେ ଠିଆ ହେଲେ। ମାଙ୍କଡ଼ କିଛି ନ କରି ପ୍ରଭୁ ରାମଲାଲାଙ୍କୁ ଚାହିଁ ରହିଥିଲେ। ଆଉ ପରେ ମାଙ୍କଡ଼ ଶାନ୍ତ ଭାବେ ଉତ୍ତର ଫାଟକ ପାଖକୁ ଗଲା। ଫାଟକ ବନ୍ଦ ଥିବାରୁ ସେ ପୂର୍ବ ଦିଗକୁ ଗଲା ଏବଂ ପରିଦର୍ଶକଙ୍କ ଭିଡ଼ ଦେଇ କାହାକୁ କୌଣସି ଅସୁବିଧା ନ କରି ପୂର୍ବ ଫାଟକ ଦେଇ ବାହାରକୁ ଗଲା। ସୁରକ୍ଷାକର୍ମୀ କହିଛନ୍ତି ଇଏ ବୋଧେ ପ୍ରଭୁ ହନୁମାନ ଆସିଥିଲେ। ଆଉ ଜୟ ଶ୍ରୀ ରାମ ଧ୍ବନିରେ ପ୍ରକମ୍ପିତ ହେଲା ପୁରା ଅଯୋଧ୍ୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
ରାମଲଲାଙ୍କୁ ଦର୍ଶନ କଲେ ହନୁମାନଜୀ: ଅଯୋଧ୍ୟାରୁ ଆସିଲା ଅଲୌକିକ ଚିତ୍ର | Argus News