Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ବନ୍ଧୁ ପାଇଁ ଦିନଟି 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜି ବନ୍ଧୁ ପାଇଁ ଦିନଟି 

ନୂଆଦିଲ୍ଲୀ:  ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ବ ଦିବସ ଭାବେ ପାଳନ କରାଯାଇଥାଏ । ବନ୍ଧୁତ୍ବର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି ।

ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି । ବିଶେଷ କରି ଏହି ଦିନଟି ଯୁବପୀଢିଙ୍କ ପାଇଁ ବହୁତ ଖାସ୍ ଦିନ । ହାତରେ ହାତ ମିଶାଇ, ପରସ୍ପରକୁ ଆଲିଙ୍ଗନ କରି, ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ବନ୍ଧୁଙ୍କ ସହ ମନାଇଥାନ୍ତି ଫ୍ରେଣ୍ଡସିପ୍ ଡେ । ଏଥିପାଇଁ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗର ଫ୍ରେଣ୍ଡସିପ୍ ବ୍ୟାଣ୍ଡ ମଧ୍ୟ ବିକ୍ରୀ କରାଯାଇଥାଏ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Happy Friendship Day 2024: Best wishes, images, quotes, SMS, Facebook and WhatsApp status to send to your best friend. | Argus News