ତେଲ ଦର କମିଲା, ସୂଚନା ଦେଲେ ହରଦୀପ ସିଂହ ପୁରୀ

ଭୁବନେଶ୍ୱର: କମିଲା ତେଲ ଦର। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସଙ୍କେତ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ପେଟ୍ରୋଲ ପମ୍ପ ଡିଲରମାନଙ୍କୁ ପ୍ରଦାନ କରାଯାଉଥିବା ଡିଲର କମିଶନ ବୃଦ୍ଧି ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ଘୋଷଣା ଏବଂ ଦୁର୍ଗମ ସ୍ଥାନରେ ଥିବା ଉପଭୋକ୍ତାଙ୍କୁ ଫାଇଦା ଦେବା ପାଇଁ ଆନ୍ତଃରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବାର ନିଷ୍ପତ୍ତିକୁ ସ୍ବାଗତ କରୁଛି।
ଫଳରେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ମିଳିବ ଲାଭ।
ଏହାଦ୍ବାରା ଓଡ଼ିଶାର ନବରଙ୍ଗପୁରର ଝରିଗାଁରେ ପେଟ୍ରୋଲ ଲିଟର ପିଛା ୩.୨୫ ଟଙ୍କା ଓ ଡିଜେଲ ୩.୦୮ ଟଙ୍କା କମିଛି। ସେହିପରି ରାଇଘରରେ ପେଟ୍ରୋଲ ଲିଟର ପିଛା ୩.୪୧ ଟଙ୍କା ଓ ଡିଜେଲ ୩.୨୨ ଟଙ୍କା , କାଲିମେଳାରେ ପେଟ୍ରୋଲ ଲିଟର ପିଛା ୪.୫୫ ଟଙ୍କା ଓ ଡିଜେଲ ୪.୩୨ ଟଙ୍କା, କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ପାଇଛି।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର