Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର

Manini Pattanayak
Browse all articles by Manini Pattanayak
·1 year ago
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର

 ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର ମାନେ ଭୋଟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ସକାଳୁ ଭୋଟ ଦେଇଛନ୍ତି ।

ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି। ସକାଳ ୯ଟା ସୁଦ୍ଧା ୯.୫୩ ପ୍ରତିଶତ ଭୋଟିଂ ହୋଇଛି । ମଇଦାନରେ 1031 ଜଣ ପ୍ରାର୍ଥୀ ଅଛନ୍ତି । 20 ହଜାରରୁ ଅଧିକ ବୁଥରେ ମତଦାନ ଚାଲିଛି । 90ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି କୋଟିରୁ ଅଧିକ ଭୋଟର। ବିଜେପି ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି। 

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Haryana assembly election 2024 live updates: 22.70% voter turnout recorded till 11 am | Argus News