Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dog Saves Abandoned Baby / ବିଲକୁ ଫିଙ୍ଗିଦେଲା ନିଜ ମା': ସାରା ରାତି କୋଳରେ ରଖି ଜୀବନ ବଞ୍ଚାଇଲା ମା' କୁକୁର

Ritu Das
Browse all articles by Ritu Das
·7 months ago·2 min read
ବିଲକୁ ଫିଙ୍ଗିଦେଲା ନିଜ ମା': ସାରା ରାତି କୋଳରେ ରଖି ଜୀବନ ବଞ୍ଚାଇଲା ମା' କୁକୁର
Animal hero story

Key Points

ଶୀତଦିନ ରାତିରେ, ଏହି ମା କୁକୁର ପରିତ୍ୟକ୍ତ ଶିଶୁଟିକୁ ସୁରକ୍ଷା ଦେଇଥିଲା ଯେମିତି ତା' ନିଜ ଛୁଆ। ତା'ର ଶରୀରର ଉତ୍ତାପ, ତା'ର ଯତ୍ନ ଏବଂ ତା'ର ମାତୃତ୍ୱ ପ୍ରବୃତ୍ତି ପିଲାଟିର ଜୀବନ ରକ୍ଷା କରିଥିଲା।
କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ! ଯାହା ଏହି ଘଟଣାର ସତ୍ୟ ପ୍ରମାଣିତ ହୋଇଛି। ଏଭଳି ଏକ ଘଟଣା ଯାହା ଆପଣମାନେ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ଅନେକ ଥର ଶୁଣିଥିବେ ଯେ, ନବଜାତକ ବା ଶିଶୁଙ୍କୁ ଝୁଣି ଦିଅନ୍ତି କୁକୁର। କିନ୍ତୁ ଏବେ ଏହାର ଠିକ ବିପରୀତ ଘଟଣା ଘଟିଛି। ଏକ ନବଜାତକକୁ ସୁରକ୍ଷା ଦେଇଛି ଜଣେ ମା' କୁକୁର। ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଶୀତଦିନର ଏକ ଥଣ୍ଡା ରାତିରେ ଜଣେ ମହିଳା ତାଙ୍କ ନବଜାତ ଶିଶୁକୁ ଏକ ବିଲ ମଝିରେ ଫୋପାଡ଼ି ଦେଇଥିଲେ। ଅସହାୟ ଶିଶୁଟି ସେଠାରେ ଏକା ପଡ଼ି ଥଣ୍ଡା ପବନ ସହିତ ଲଢ଼ୁଥିଲା। ଛୁଆଟିକୁ ମରିଯିବାପାଇଁ ହିଁ ତା ନିଜ ମା' ଚାହୁଁଥିଲା। କିନ୍ତୁ ଭଗବାନ ଆଉ କିଛି ଚାହୁଁଥିଲେ। ଛୁଆକୁ ଜନ୍ମ ଦେଇଛନ୍ତି ଯେତେବେଳେ ତାର ଆୟୂଷ ମଧ୍ୟ ଦେଇଛନ୍ତି। ଆଉ ଛୁଆଟି ପ୍ରବଳ ଶୀତ କାକରରେ ମଧ୍ୟ ଜୀବନ ଯୁଦ୍ଧରେ ଜିତିଯାଇଛି।



ଘଟଣା ଘଟିଛି ହରିୟାଣାର ଏକ ଅଞ୍ଚଳରେ। କାକରରେ ପଡ଼ିଥିବା ଛୁଆ ନିକଟରେ ଏକ ମା' କୁକୁର, ଯିଏ ନିଜର ଛୁଆମାନଙ୍କୁ ଜନ୍ମ ଦେଇଥିଲା, ଶିଶୁଟିର କ୍ଷୀଣ କାନ୍ଦ ଶୁଣିଲା। ସେ ଧୀରେ ଧୀରେ ପାଖକୁ ଗଲା, ଥରୁଥିବା ଶିଶୁଟିର ଗନ୍ଧ ପାଇଲା, ଏବଂ ଏକ କ୍ଷଣକ ଦ୍ୱିଧା ବିନା, ଶିଶୁଟି ପାଖରେ ଶୋଇଗଲା - ଶିଶୁଟିକୁ ତା'ର ନିଜ ଛୁଆ ସହିତ ତା'ର ଉଷ୍ମତାରେ ଗୁଡ଼ାଇ ରଖିଲା। ଆଉ ଛୁଆଟି ବଞ୍ଚିଗଲା। ପରଦିନ ସକାଳେ ଛୁଆର କାନ୍ଦ ଶୁଣି ଚାଷ କରିବାକୁ ଆସିଥିବା କେତେକ ଚାଷୀ ଦେଖିଥିଲେ। ପରେ ଛୁଆଟିକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ସହିପାରୁ ନ ଥିଲେ ଆଉ କାହାର ସୁନ୍ଦର ଚେହେରା: ନିଜ ଛୁଆ ସହ ୪ଜଣଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ

ଶୀତଦିନ ରାତିରେ, ଏହି ମା କୁକୁର ପରିତ୍ୟକ୍ତ ଶିଶୁଟିକୁ ସୁରକ୍ଷା ଦେଇଥିଲା ଯେମିତି ତା' ନିଜ ଛୁଆ। ତା'ର ଶରୀରର ଉତ୍ତାପ, ତା'ର ଯତ୍ନ ଏବଂ ତା'ର ମାତୃତ୍ୱ ପ୍ରବୃତ୍ତି ପିଲାଟିର ଜୀବନ ରକ୍ଷା କରିଥିଲା। କିନ୍ତୁ ଏଠି ମଣିଷପଣିଆକୁ ଧିକ। ମଣିଷ ନ ହୋଇ କି ବି କୁକୁରର ମଣିଷ ଛୁଆ ପ୍ରତି ଅନାବିଳ ପ୍ରେମକୁ ଦେଖିଲେ ଲାଗୁଛି ପଶୁ ମାନଙ୍କ ଠାରେ ଅଧିକ ମଣିଷପଣିଆ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Haryana: Dog Saves Newborn After Mother Abandons Baby | Argus News