Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର

Banajyotshna Ray
Browse all articles by Banajyotshna Ray
·1 year ago
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର

ଅର୍ଗସ ବ୍ୟୁରୋ:  ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25 ତାରିଖରେ ସୋନିପତରେ ଏବଂ 18 ତାରିଖରେ ହରିଆଣା ଅମ୍ବାଲାରେ ବିଶାଳ ରାଲି କରି ରାଜ୍ୟବାସୀଙ୍କ ସମର୍ଥନ ଲୋଡ଼ିଥିଲେ ମୋଦି । ଆସନ୍ତା ଅକ୍ଟୋବର 5ରେ ହରିୟାଣାରେ ହେବାକୁ ଯାଉଛି ନିର୍ବାଚନ । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ହରିୟାଣା ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ବିକାଶକୁ ନେଇ ଜନତା ଖୁସି ଥିବାରୁ ବିରୋଧୀ କଂଗ୍ରେସ ପାଖରେ ଏବେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Haryana elections are approaching | Argus News