Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Update / ହରିୟାଣାରେ ଗୁଟଖା ଓ ପାନମସଲା ଉପରେ ୧ ବର୍ଷ ଲାଗି ଲାଗିଲା ପ୍ରତିବନ୍ଧକ

Banajyotshna Ray
Browse all articles by Banajyotshna Ray
·9 months ago·1 min read
ହରିୟାଣାରେ ଗୁଟଖା ଓ ପାନମସଲା ଉପରେ ୧ ବର୍ଷ ଲାଗି ଲାଗିଲା ପ୍ରତିବନ୍ଧକ

Key Points

ନାୟବ ସିଂ ସୈନି ସରକାରଙ୍କ ବଡ ନିଷ୍ପତ୍ତି । ହରିୟାଣାରେ ଗୁଟଖା ଓ ପାନମସଲା ଉପରେ ୧ ବର୍ଷ ଲାଗି ଲାଗିଲା ପ୍ରତିବନ୍ଧକ ।

ନାୟବ ସିଂ ସୈନି ସରକାରଙ୍କ ବଡ ନିଷ୍ପତ୍ତି । ହରିୟାଣାରେ ଗୁଟଖା ଓ ପାନମସଲା ଉପରେ ୧ ବର୍ଷ ଲାଗି ଲାଗିଲା ପ୍ରତିବନ୍ଧକ । ଏହି ପ୍ରତିବନ୍ଧକ ସେଥିପାଇଁ ଲାଗିଛି ଯେ ଲୋକମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷିତ ରହିବ । ଏହି ନିଷ୍ପତ୍ତି ଚଳିତ ମାସରୁ ଲାଗୁ ହୋଇ ସାରିଛି । ଏବେ ହରିୟାଣାରେ ଏହି ଉତ୍ପାଦ ତିଆରି କରିବା, ଷ୍ଟୋର୍ କରିବା , ବିକ୍ରି କରିବା କିମ୍ବା ବଣ୍ଟନ କରିବା ଅବୈଧ ବୋଲି ଧରାଯିବ । ହରିୟାଣାରେ ସହର ଏବଂ ଗାଁରେ ଏହି ଉତ୍ପାଦର ବହୁଳ ବ୍ୟବହାର ହେଉଛି । ଏହି ବ୍ୟାନ୍ ଫଳରେ ତମାଖୁ, ଗୁଟଖା ବିକ୍ରି କମ୍ ହେବା ସହ ଆଗାମୀ ପିଢିଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ପଦକ୍ଷେପ ହେବ ।


ଏହି ଗୁଟଖା ଓ ତମାଖୁ ବ୍ୟବହାର ଆଗାମୀ ପିଢି ଉପରେ ପଡିଥାଏ। ସେଥିପାଇଁ ଏହି ନିୟମକୁ କଡାକଡି ଲାଗୁ କରିବାକୁ ପ୍ରମୁଖ ଜିଲ୍ଲା ଅଧିକାରୀ , ପୋଲିସ ଅଧୀକ୍ଷକ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲା ଗୁଡିକ ଏ ସମ୍ପର୍କିତ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିବେ ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
National Update | Haryana Bans Gutkha and Pan Masala for One Year | Argus News | Argus News