Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଆଇନଠୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି'

National

'ଆଇନଠୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି'

Smruti Parija
Browse all articles by Smruti Parija
·1 year ago·1 min read
'ଆଇନଠୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି'

ମନି ଲଣ୍ଡରିଂ ଓ ଜମି ଦୁର୍ନୀତି ମାମଲାରେ ବଢିଲା ଅଡୁଆ । ଇଡିରେ ହାଜର ହେଲେ ଗାନ୍ଧୀ ପରିବାରର ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା । ଦୁଇ ଘଣ୍ଟା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ବାହାରି ଭଦ୍ରା କହିଛନ୍ତି, ଏହି ମାମଲାରେ କିଛି ନାହିଁ । ଗତ ୨୦ ବର୍ଷ ଭିତରେ ତାଙ୍କୁ ୧୫ ଥର ସମନ କରାଯାଇଛି । ପ୍ରତିଥର ତାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଇଛି ।


ଏହି ଘଟଣାରେ ୨୩ ହଜାର ଡକ୍ୟୁମେଣ୍ଟ ଦାଖଲ କରିଥିବା କହିଛନ୍ତି ରବର୍ଟ ଭଦ୍ରା । ହରିୟାଣାର ଶିକୋହାବାଦ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତ ସହିତ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ସମନ ପଠାଇଥିଲା । ଏହା ପୂର୍ବରୁ ଏପ୍ରିଲ ୮ରେ ଜାରି ହୋଇଥିବା ପ୍ରଥମ ସମନରେ ଭଦ୍ରା ହାଜର ହୋଇନଥିଲେ । ସେପଟେ ବିଜେପି ନେତା ଗୌରବ ଭାଟିଆ କହିଛନ୍ତି, ରବର୍ଟ ଭଦ୍ରାଙ୍କୁ ଇଡିର ସମନ ଏକ ଦୃଢ ବାର୍ତ୍ତା ଦେଉଛି ଯେ, ଦେଶର ଆଇନଠୁ କେହି ଉର୍ଦ୍ଧ୍ୱରେ ନୁହନ୍ତି । ଗାନ୍ଧୀ ପରିବାର ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
haryana-land-deal-robert-vadra-at-ed-office-after-fresh-summons | Argus News