National Update / ହରିୟାଣାରେ ଆହୁରି ମଜଭୂତ ହେବ ସଡ଼କ ନେଟୱର୍କ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସୂଚନା

Key Points
ହରିୟାଣାରେ ଆହୁରି ମଜଭୂତ ହେବ ସଡ଼କ ନେଟୱର୍କ । ରାଜ୍ୟ ସଡ଼କ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ।
ହରିୟାଣାରେ ଆହୁରି ମଜଭୂତ ହେବ ସଡ଼କ ନେଟୱର୍କ । ରାଜ୍ୟ ସଡ଼କ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି । ଏହି ପ୍ରକଳ୍ପ ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷରେ ୪,୮୨୭ କୋଟି ଟଙ୍କାରେ ୯,୪୧୦ କୋଲିମିଟର ଲମ୍ବ ନୂଆ ସଡକର ନିର୍ମାଣ ଏବଂ ୪,୨୨୭ ସଡକର ମରାମତି ପାଇଁ ପ୍ରୟାସ କରିବେ ହରିୟାଣା ସରକାର । ଏହି ପ୍ରୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଏବଂ ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୈନି ।
ଏହି ଯୋଜନା ହରିୟାଣାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ସରକାର ଏହା ସୁନିଶ୍ଚିତ କରିବେ ଯେ , କୌଣସି ଠିକାଦାର କିମ୍ବା ଅଧିକାରୀ ନିର୍ମାଣରେ କୌଣସି ପ୍ରକାରର ଅବହେଳା କରିବେ ନାହିଁ । ନିର୍ମାଣର ଗୁଣବତ୍ତା ଉପରେ ମଧ୍ୟ ନଜର ରଖିବେ ସରକାର । ଯଦି ଏ ଦୁଇଟିରେ କୌଣସି ଖିଲାପ ନଜରକୁ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୈନି । ଗତ ୧୧ ବର୍ଷରେ ରାଜ୍ୟରେ ୨୮,୬୫୧ କୋଟି ଟଙ୍କା ବ୍ୟୟରେ ୪୩,୭୦୩ କିଲୋମିଟର ରାସ୍ତାର ସୁଧାର ଆଣିଛନ୍ତି ହରିୟାଣା ସରକାର ।